fbpx

ମସଜିଦ ସାମ୍ନାରେ ଲାଉଡସ୍ପିକରରେ ହେଉଛି ହନୁମାନ ଚାଳିସା ପାଠ, ମସଜିଦରେ ଜୋରରେ ନମାଜ ପଢ଼ିବାକୁ ବିରୋଧ

କର୍ଣ୍ଣାଟକରେ  ହିଜାବ, ଝଟକା-ହଲାଲ ମାଂସର ବିରୋଧ ପରେ ଏବେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ମସଜିଦରେ ଲାଉଡସ୍ପିକର ଦ୍ୱାରା ନମାଜ ପଢ଼ିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଲାଉଡସ୍ପିକରରେ ନମାଜ ପଢ଼ିବାକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କ ଚେତାବନୀ ପରେ ଏବେ ଏମଏନଏସର ଘାଟକୋପର କାର୍ଯ୍ୟାଳୟରେ ଲାଉଡସ୍ପିକରରେ ହନୁମାନ ଚାଳିସା ବଜାଯାଉଛି । ଏମଏନଏସ ମୁଖ୍ୟ ରାଜ ଠାକରେ ଗତକାଲି ଚେତାବନୀ ଦେବା ସହ ମସଜିଦରେ ଲାଉଡସ୍ପିକର ହଟାଇବାକୁ ଦାବି କରିଥିଲେ ।

ରାଜ ଠାକରେ ଶନିବାର କହିଥିଲେ ଯେ ଏବେ ଚେତାବନୀ ଦେଉଛି । ମସଜିଦରେ ଲାଉଡସ୍ପିକର ହଟାନ୍ତୁ ନହେଲେ ମସଜିଦ ସାମ୍ନାରେ ଲାଉଡସ୍ୱିକର ଲଗାଯିବ ଏବଂ ସେଥିରେ ଜୋରରେ ହନୁମାନ ଚାଳିସା ବାଜିବ । ଠାକରେ ଶିବାଜୀ ପାର୍କରେ ଏକ ରାଲିରେ କହିଥିଲେ ମସଜିଦରେ ଲାଉଡସ୍ପିକର ଏତେ ଜୋରରେ କାହିଁକି ବଜାଯାଉଛି । ଯଦି ଏହାକୁ ବନ୍ଦ କରାନଯାଏ ତେବେ ଏହାଠାରୁ ଅଧିକ ଜୋରରେ ହନୁମାନ ଚାଳିସା ବାଜିବ ।

ସେ କହିଛନ୍ତି ମତେ କୌଣସି ପ୍ରାର୍ଥନା କରିବାରେ ଅସୁବିଧା ନାହିଁ ଏବଂ ମୁଁ କୌଣସି ଧର୍ମର ବିରୋଧ ମଧ୍ୟ କରୁନାହିଁ, ମତେ ମୋ ଧର୍ମ ଉପରେ ଗର୍ବ ଅଛି । ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ର ପ୍ରମୁଖ ଏନସିପି ପ୍ରମୁଖ ଶରଦ ପୱାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ଏନସିପି ମୁଖ୍ୟ ଅନେକ ସମୟରେ ଜାତି ବିଷୟକୁ ନେଇ ସମାଜକୁ ବିଭାଜିତ କରିବାକୁ ଚାହୁଛନ୍ତି ।

ଆଉ ରାଜ ଠାକରେଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଏନସିପି ମୁଖ୍ୟ କହିଛନ୍ତି ଯେ ଏମଏନଏସ ଅଧ୍ୟକ୍ଷ କୌଣସି ଘଟଣାକୁ ଉପରେ କେତେବେଳେ ବି ଗୋଟିଏ ରାୟ ଦେଇନଥାନ୍ତି ଏବଂ ବର୍ଷକୁ ତିନିରୁ ଚାରି ମାସ ସୁପ୍ତ ଅବସ୍ଥାରେ ରହିଥାନ୍ତି ଆଉ ହଠାତ୍ ଏମିତି ଭାଷଣ ଦିଅନ୍ତି ।

Get real time updates directly on you device, subscribe now.