fbpx

ଫିଟିଲା ଗୁମର: ଚାକିରି ନାଁରେ ଠକୁଥିବା ୫ ଦଲାଲ ଗିରଫ

କୋରାପୁଟ: ବଡ଼ କମ୍ପାନୀରେ ଚାକିରି ଦେବାକୁ କହି ଠକୁଥିବା ଠକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ । ଦାମନଯୋଡ଼ିର ନାଲକୋ ଏବଂ ସୁନାବେଡ଼ାର ହାଲରେ ଚାକିରି କରାଇଦେବାକୁ କହି ଠକୁଥିଲେ ଏହି ଠକ । ତେବେ ରବିବାର ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଦାମନଯୋଡ଼ି ପୋଲିସ ଦ୍ୱାରା ରାୟଗଡ଼ାରୁ ୨ ଓ ଭୁବନେଶ୍ୱରରୁ ୩ ଜଣ ଗିରଫ ହୋଇଛନ୍ତି । ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ ଠାରୁ ନକଲି ଷ୍ଟାମ୍ପ ଓ ନକଲି ନିଯୁକ୍ତି ପତ୍ର, ନକଲି ଗେଟପାସ୍, ଆଇକାର୍ଡ ସହ ପ୍ରିଣ୍ଟର ଆଦି ମଧ୍ୟ ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ ପ୍ରାୟ ୭୦ ଜଣଙ୍କ ଠାରୁ ୩୦ ଲକ୍ଷ ଟଙ୍କାର ଠକିଥିଲେ ଏହି ଦୁର୍ବୁତ୍ତ ।

ଏହି ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ସୁନାବେଡ଼ା ଏସଡିପିଓ ମନୋଜ କୁମାର ବେହେରା । ଏସଡିପିଓ କହିଛନ୍ତି ଏହି ଠକମାନେ ପ୍ରତି ପିଲାଙ୍କ ଠାରୁ ୪୦ ହଜାର ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ସହ ଦାମନଜୋଡି ନାଲକୋ ଓ ହାଲ ସୁନାବେଡାରେ କଣ୍ଟ୍ରାକଚୁଆଲ ନିଯୁକ୍ତି ଦେବା ପାଇଁ କହୁଥିଲେ । ଏଭଳି କୋରାପୁଟ ଜିଲ୍ଲାର ୭୦ ଜଣ ପିଲାଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଁଏ ନେଇ ଜାଲ ନିଯୁକ୍ତି ପତ୍ର ଦେଇ ଛନ୍ତି । ଗିରଫଙ୍କ ମଧ୍ୟରେ ଏହି ୨ ଜଣକ ସମେତ ଭୁବନେଶ୍ନର ର ଗ୍ରୀନ ହାଇ ଆପାର୍ଟମେଣ୍ଟ ର ୩୧୨ ନଂ ର ୪୦୩ ପ୍ଲଟରେ ରହୁôଥବା ସନ୍ତୋଷ କୁମାର ବରାଡ, ଭୁବନେଶ୍ବର ଝାରପଡାର କମଳ ଲୋଚନ ମହାନ୍ତି,ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ର ଅଭିମନ୍ୟୁ ମିଶ୍ରକୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.