fbpx
BSKY SKY
BSKY SKY

ମହୁଲ ଫୁଲ ଆଣିବାକୁ ଯାଇ ହେଟାବାଘର ହେଲେ ଶିକାର: ଆକ୍ରମଣରେ ୯ ଆହତ, ୨ ଗୁରୁତର

BSKY

ରାଇଘର: ନବରଙ୍ଗପୁର ରାଇଘର ବ୍ଲକ ଅନ୍ତର୍ଗତ ହାତୀଙ୍ଗା ସଂରକ୍ଷିତ ଜଙ୍ଗଲରେ ମହୁଲ ଗୋଟାଇବାକୁ ଯାଇ ୯ ଜଣ ହେଟାବାଘ ଆକ୍ରମଣର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା କୁରୁତର ତିବା ଜଣାପଡିଛି । ତେବେ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, ସକାଳ ୬ ଟା ସମୟରେ ବତି ଗଣ୍ଡ, ସିଗସାଇ ଗଣ୍ଡ, କାଳିଆ ଗଣ୍ଡ ଓ ଶାନ୍ତିଗଣ୍ଡ ଟିମନପୁର , ରେଙ୍ଗା ଭାଟି ଗ୍ରାମର କିଛି ଲୋକ ମହୁଲ ଫୁଲ ଗୋଟେଇବାକୁ ହାତୀଙ୍ଗା ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ଫୁଲ ଗୋଟାଇବା ସମୟରେ ହେଟା ବାଘ ଜଙ୍ଗଲରୁ ଆସି ସେମାନଙ୍କୁ ଉପରେ ଅତର୍କିତ ଆକ୍ରମଣ କରିଥିଲା। ତେବେ ତାଙ୍କ ସହ ଯାଇଥିବା ଜଣେ ମହିଳା ଫୋନ କରି ଏହି ବିଷୟ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ୯ ଜଣଙ୍କୁ ରାଇଘର ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରଯାଇଛି। ସେପଟେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ରାଇଘର ପୋଲିସ ।

Get real time updates directly on you device, subscribe now.