fbpx

ତାଲିବାନର ଭାରତକୁ ଖୋଲା ଚେତାବନୀ- ଆଫଗାନିସ୍ତାନକୁ ସେନା ପଠାଇଲେ କିଛି ଭଲ ହେବ ନାହିଁ

Advertisement

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ପ୍ରାନ୍ତ ଦଖଲ କରି ଚାଲିଛି ତାଲିବାନ । ଏପରିକି ରାଜଧାନୀ କାବୁଲଠୁ ଆଉ କେଇ କିଲୋମିଟର ଦୂରରେ ଏହି ଆତଙ୍କୀ ଗୋଷ୍ଠୀ । ଏହା ମଧ୍ୟରେ ତାଲିବାନ ଭାରତକୁ ଦେଇଛି କଡା ଚେତାବନୀ । ବିଦ୍ରୋହୀ ସଂଗଠନର ମୁଖପାତ୍ର ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଆଫଗାନିସ୍ତାନରେ ଭାରତକୁ ନିଜର ସୈନ୍ୟ ମୁତୟନରୁ ନିବୃତ ରହିବା ଉଚିତ୍ । ଅନ୍ୟପଟେ ଆମେରିକା, ବ୍ରିଟେନ, ରୁଷିଆ ସମେତ ଅନେକ ଦେଶ ଆଫଗାନିସ୍ତାନରେ ବିଗୁଡୁଥିବା ପରିସ୍ଥିତିକୁ ନେଇ କ୍ରମାଗତ ଆଲୋଚନା ଚଳାଇଛନ୍ତି । ଭାରତ ନିଜ ନାଗରିକଙ୍କୁ ଖୁବ୍ ଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ପରାମର୍ଶ ଦେଇଛି ।

ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି, ଯଦି ଭାରତ ଆଫଗାନିସ୍ତାନରେ ସୈନ୍ୟ ଦଖଲ କିମ୍ବା ନିଜର ସେନା ପଠାଏ ତେବେ କିଛି ଠିକ୍ ହେବ ନାହିଁ । ଭାରତକୁ ଏହାର ପରିଣାମ ଭୋଗିବାକୁ ପଡିବ । ଆଫଗାନିସ୍ତାନରେ ଅନ୍ୟ ଦେଶର ସୈନ୍ୟ ମୁତୟନର ପରିଣାମ ସାରା ଦୁନିଆ ଦେଖି ସାରିଛି । ଏହା ତାଙ୍କ ପାଇଁ ଏକ ଖୋଲା ବହି ବୋଲି ତାଲିବାନ କହିଛି ।

ଶାହିନ କହିଛନ୍ତି, ଭାରତର ପ୍ରତିନିଧିମଣ୍ଡଳ ଦୋହରେ ଆୟୋଜିତ ତାଲିବାନ ବୈଠକରେ ଯୋଗ ଦେଇଥିଲେ । ମାତ୍ର ଭାରତ ସହ ତାଲିବାନର କୌଣସି ସ୍ୱତନ୍ତ୍ର ବୈଠକ ହୋଇ ନାହିଁ । କିନ୍ତୁ ଦୋହାରେ ଏକ ବୈଠକ ହୋଇଥିଲା । ଏଠାରେ ଭାରତର ପ୍ରତିନିଧି ଯୋଗ ଦେଇଥିଲେ ବୋଲି ସେ କହିଛନ୍ତି ।

ଏକ ଆଞ୍ଚଳିକ ସମ୍ମିଳନୀ ପରେ ଭାରତ, ଆମେରିକା ସମେତ ଅନେକ ଦେଶ ଏକାଠି ହୋଇ ଘୋଷଣା କରିଥିଲେ ଯେ, ଆଫଗାନିସ୍ତାନରେ କୌଣସି ପ୍ରକାରର ସୈନ୍ୟ ଶାସନକୁ ମାନ୍ୟତା ଦିଆଯିବ ନାହିଁ । ଏଥିରେ ଚୀନ ଓ ପାକିସ୍ତାନ ପରି ଦେଶ ମଧ୍ୟ ସାମିଲ । ବିଶ୍ୱର ଅନେକ ଦେଶର କହିବା କଥା ଆଫଗାନିସ୍ତାନରେ କୌଣସି ବି ହିଂସକ କବଜାକୁ ମାନ୍ୟତା ଦିଆଯିବ ନାହିଁ ।

Get real time updates directly on you device, subscribe now.