fbpx

ୟୁଟର୍ଣ୍ଣ ନେଲା ତାଲିବାନ, ଶପଥ ଗ୍ରହଣ ସମାରୋହ କଲା ବାତିଲ, କହିଲା- ପଇସା ବରବାଦ ହୋଇଯିବ

ନୂଆଦିଲ୍ଲୀ : ୟୁଟର୍ଣ୍ଣ ନେଲା ତାଲିବାନ । ହେବନି ଶପଥ ସମାରୋହ ଆୟୋଜନ । ୨୦ ବର୍ଷ ପରେ ଆଫଗାନିସ୍ତାନ ଦଖଲ ପରେ ସରକାର ଗଠନ କରିବାକୁ ଚାଲିଥିଲା ଶପଥ ସମାରୋହର ପ୍ରସ୍ତୁତି । ହେଲେ ତାଲିବାନୀ ସରକାର ଶପଥ ଗ୍ରହଣ ସମାରୋହ ଆୟୋଜନ କରିବ ନାହିଁ । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ତାଲିବାନ ସରକାର ଟଙ୍କା ବରବାଦ ହେବାର ଦ୍ୱାହି ଦେଇ ଶପଥ ଗ୍ରହଣ ସମାରୋହ ବାତିଲ କରିଥିବା ଜଣା ପଡିଛି । ଏହା ପୂର୍ବରୁ ଆଶା କରାଯାଉଥିଲା ଯେ, ଆଜି ଅର୍ଥାତ ସେପ୍ଟେମ୍ବର ୧୧ରେ ତାଲିବାନ ସରକାର ଶପଥ ଗ୍ରହଣ ସମାରୋହ ଆୟୋଜନ କରିବ ।

ଏହା ପୂର୍ବରୁ ରୁଷର ଟାସ୍ ସମାଚାର ଏଜେନ୍ସି ଖବର ପ୍ରସାରଣକ କରିଥିଲା ଯେ, ସହଯୋଗୀଙ୍କ ଚାପ ପରେ ତାଲିବାନ ଆଫଗାନିସ୍ତାନରେ ନିଜର ନବଗଠିତ ଅନ୍ତରୀଣ ସରକାରର ଶପଥ ଗ୍ରହଣ ସମାରୋହ ବାତିଲ୍ କରିଛି । ଆଫଗାନ ସରକାରର ସାଂସ୍କୃତିକ ଆୟୋଗର ସଦସ୍ୟ ଇନାମୁଲ୍ଲା ସମାଙ୍ଗାନୀ ଟ୍ୱିଟ୍ କରି କହିଥିଲେ, ନୂତନ ଆଫଗାନ ସରକାରର ଶପଥ ଗ୍ରହଣ ସମାରୋହ କିଛି ଦିନ ପୂର୍ବରୁ ହିଁ ରଦ୍ଦ କରାଯାଇଥିଲା ।

ତାଲିବାନ ସରକାର ଗଠନ ପୂର୍ବରୁ ଚୀନ, ତୁର୍କୀ, ପାକିସ୍ତାନ, ଇରାନ, କାତାର ଓ ଭାରତ ପରି ପଡୋଶୀ ଦେଶ ସହିତ ଆମେରିକାକୁ ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଥିଲା । ତାଲିବାନ ଏମିତି ପଦକ୍ଷେପ ଏମିତି ସମୟରେ ଉଠାଇଥିଲା, ଯେତେବେଳେ ବିଶ୍ୱର ଅଧିକାଂଶ ଦେଶ ସ୍ପଷ୍ଟ କରି ଦେଇଥିଲେ ଯେ, ସେମାନେ ତାଲିବାନକୁ ମାନ୍ୟତା ଦେବାରେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବେ ନାହିଁ ।

Get real time updates directly on you device, subscribe now.