fbpx

ମୁଖ୍ୟମନ୍ତ୍ରୀ ଓ ବିଜେପି ବିଧାୟକଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଧାରଣାରତ ବିଜେପି ବିଧାୟକଙ୍କୁ ବାସଭବନକୁ ପାଛୋଟି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜେପି ବିଧାୟକଙ୍କୁ ଭେଟିବାକୁ ଧାରଣାସ୍ଥଳକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ନେତାଙ୍କୁ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ବିଜେପି ବିଧାୟକଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ବିଜେପି ବିଧାୟକମାନେ ନବୀନ ନିବାସକୁ ପ୍ରବେଶ କରିଥିବା ଜଣାପଡିଛି ।

ବର୍ତ୍ତମାନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ବିଧାୟକଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ବିରୋଧୀ ଦଳ ନେତାଙ୍କ ସହ ବିଜେପିର କିଛି ନେତା ଉପସ୍ଥିତ ଥିବା ଜଣାପଡିଛି । ବିଜେଡିର କିଛି ବରିଷ୍ଠ ନେତା ମଧ୍ୟ ଆଲୋଚନାରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.