fbpx
BJD SKY
BJD SKY

Tomato Flu:ସତର୍କ ଘଣ୍ଟି, ସାବଧାନ ରୁହନ୍ତୁ ନହେଲେ ହରାଇବେ ଜୀବନ

BJD

ନୂଆଦିଲ୍ଲୀ:ଟମାଟୋ ଫ୍ଲୁ ବର୍ତ୍ତମାନ ଅଧିକ ମାତ୍ରାରେ ବିସ୍ତାର ହେବାର ଲାଗିଲାଣି । ଯାହା ପାଇଁ ବର୍ତ୍ତମାନ ଚିନ୍ତାରେ ଅଛନ୍ତି ବିଶେଷଜ୍ଞ । ତେବେ ଏହାକୁ ନେଇ ସଚେତନା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପୂର୍ବ ସୂଚନା ଅନୁସାରେ ଏହା ୫ ବର୍ଷରୁ କମ ପିଲା ମାନଙ୍କୁ ଅଧିକ ସଂକ୍ରମିତ କରୁଥିବା ବେଳେ ଏହାକୁ କିପରି ରୋକା ଯାଇ ପାରି ଏହା ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।

ତେବେ ଆପଣ କିପରି ଜାଣିବେ ଆପଣଙ୍କୁ ଟମାଟୋ ଫିଭର ହେଇଛି କି ନାହିଁ?
ଏହା ହେବା ଦ୍ୱାରା ଆପଣଙ୍କ ଶରୀରର ତାପମାତ୍ରାରେ ପରିବର୍ତ୍ତନ ହେବ ।
ଦେହ ହାତ ଘୋଳାବିନ୍ଦା କରିବ ।
କିଛି ଦିନ ଏହି ଭଳି ହେବା ପରେ ଆପଣଙ୍କ ଶରୀରରେ ପାଣିର ଫଟକା ପରି ଛୋଟ ଛୋଟ ଫଟକା ହେବ ।
ଏହାପରେ ଏହି ଫଟକା କ୍ରମଶଃ ବଢ଼ିବାରେ ଲାଗିବ ।
ତେବେ ଏହି ରୋଗ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ମେଡିସିନ ଉପଲବ୍ଧ ହୋଇ ନଥିବା ବେଳେ ଏହାକୁ ଠିକ ହେବା ପାଇଁ ପ୍ରା ୧୫ ରୁ ୧୮ ଦିନ ସମୟ ଲାଗି ପାରେ । ଯଦି ଆପଣଙ୍କ ଶରୀରରେ କିଛି ଏଭଳି ଦାଗ ଦେଖାଯାଉଛି ତେବେ ଆପଣ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।

ଲାନ୍ସେଟ ଜର୍ଣ୍ଣାଲ (Lancet Journal) ଅନୂଯାୟୀ, ‘ଟମାଟୋ ଫ୍ଲୁ’ ମାମଲା ସର୍ବପ୍ରଥମେ କେରଳର କୋଲ୍ଲମରେ ମେ ୬ ତାରିଖରେ ସାମ୍ନାକୁ ଆସିଥିଲା ଏବଂ ଏପର୍ଯ୍ୟନ୍ତ ୮୨ ଜଣ ପିଲା ଏଥିରେ ସଂକ୍ରମିତ ହେଲେଣି । ଏମାନଙ୍କ ବୟସ ୫ ବର୍ଷରୁ କମ୍ ବୋଲି କୁହାଯାଇଛି । ଲାନ୍ସେଟ ଏହାର ରିପୋର୍ଟରେ କହିଛି ଯେ ଆମେ ବର୍ତ୍ତମାନ କୋଭିଡର ଚତୁର୍ଥ ଲହରରୁ ବାହାରକୁ  । କିନ୍ତୁ ଏହାରି ମଧ୍ୟରେ ଏକ ନୂଆ ଭାଇରସ ଯାହାକୁ ଟମାଟୋ ଫ୍ଲୁ କୁହାଯାଉଛି ସାମ୍ନାକୁ ଆସିଛି । ଏହି ସଂକ୍ରାମକ ରୋଗ ୦ ରୁ ୫ ବର୍ଷର ପିଲାଙ୍କୁ ଏହାର ଶିକାର କରୁଛି ।ଓଡ଼ିଶ। ରେ ୨୬ ପିଲାଙ୍କ ଠାରେ ଏହି ଭାଇରସ ଦେଖିବାକୁ ମିଳିଛି । କେରଳ, ତାମିଲନାଡୁ ଏବଂ ଓଡ଼ିଶା ବ୍ୟତୀତ ଅନ୍ୟ କେଉଁ ରାଜ୍ୟରେ ଏହା ଚିହ୍ନଟ ହୋଇନାହିଁ ।

Get real time updates directly on you device, subscribe now.