fbpx

“ହର ଘର ତ୍ରିରଙ୍ଗା”, ଅଭିଯାନରେ ୪୦୦୦ତ୍ରିରଙ୍ଗା ପ୍ରସ୍ତୁତ କଲେ ବେଦାନ୍ତର ଶୁଭଲକ୍ଷ୍ମୀ ସମବାୟ ସମିତି

ଝାରସୁଗୁଡା: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ସହଯୋଗରେ ଭାରତର ବୃହତ ଗ୍ରାମୀଣ ମହିଳା ସମବାୟ ସମିତି ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଜନସାଧାରଣଙ୍କ ପାଇଁ ୪୦୦୦ରୁ ଅଧିକ ଜାତୀୟ ପତାକା ପ୍ରସ୍ତୁତ କରିଥିଲେ। ବେଦାନ୍ତ ଆଲୁମିନିୟମର କର୍ମଚାରୀ ସ୍ୱେଛାକୃତ ଭାବେ ଘରକୁ ଘର ବୁଲି ଲୋକମାନଙ୍କୁ ତ୍ରିରଙ୍ଗା ବଂଟନ କରିଥିଲେ । ଭାରତର ୭୬ତମ ସ୍ୱାଧୀନତା ଦବିସରେ ଏମାନେ ପ୍ରତିଟି ଘରେ ଜାତୀୟ ପତାକା ଉଡ଼ାଇଥିଲେ । ଏହି ପତାକା ଗୁଡ଼ିକୁ ଶୁଭଲକ୍ଷ୍ମୀ ମହିଳା ସମିତି ଦ୍ୱାରା ପ୍ରସ୍ତୁତ କରାଯାଇ ଆର୍ଥିକ ଅଭିବୃଦ୍ଧି ହାସଲ କରାଯାଇଥିଲା ।

ବେଦାନ୍ତ ଆଲୁମିନିୟମ ଦ୍ୱାରା ପ୍ରୋତ୍ସାହନରେ ଗୋଷ୍ଠୀର ବିକାଶ ପାଇଁ ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତି ସ୍ଥାୟୀ ଜୀବିକା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରୁଛି । ୨୦୦୮ରେ ମାତ୍ର ୧୦ ଜଣ ସଦସ୍ୟାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ଆଜି ୪୧୦୦ରୁ ଅଧିକ ମହିଳା ସଦସ୍ୟ ଅଛନ୍ତି । ଜିରୋ କ୍ଷୁଧା ଓ ଲିଙ୍ଗଗତ ସମାନତାର ବିକାଶ ପାଇଁ କଂପାନିର ପ୍ରତିବଦ୍ଧତା ଏହାର ଏକ ପ୍ରମାଣ । ସଦସ୍ୟାମାନଙ୍କୁ ମାଇକ୍ରୋ ଫାଇନାନସ, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା, ବଜାର ଲିଙ୍କେଜ ଓ ହଜାର ହଜାର ମହିଳାଙ୍କ ପାଇଁ ଏହି ସମିତି ଆଶାର କିରଣ ଖେଳାଇ ପାରିଛି । ଏହା ମଧ୍ୟ ଭାରତ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସେତୁ ସୃଷ୍ଟି କରିଛି । ଯେଉଁ ମହିଳାମାନେ ପୂର୍ବରୁ ନିଜଘରେ କିଛି କରି ବଡ଼ କଷ୍ଟରେ ଚଳୁଥିଲେ ସେମାନେ ଆଜି କୁକୁଡ଼ା ଚାଷ, ପନିପରିବା ଚାଷ, ଫାଷ୍ଟ ଫୁଡ ସେଂଟର, ଗ୍ରୋସରି, ବିୟୁଟି ପାର୍ଲର ଓ ଅନ୍ୟାନ୍ୟ ସୂକ୍ଷ୍ମ ଉଦ୍ୟୋଗ ସ୍ଥାପନା କରି ନିଜକୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି । ବର୍ତମାନ ଏହି ସମବାୟ ସମିତି ୭୨ଟି ଗ୍ରାମରେ ନିଜର ଉପସ୍ଥିତି ବଜାୟ ରଖିଛି ।

ବେଦାନ୍ତ ଆଲୁମିନିୟମର ଏହି ଗୋଷ୍ଠୀ ଉଦ୍ୟମ ବିଷୟରେ ବର୍ଣ୍ଣନା କରି ଶ୍ରୀ ସୁନୀଲ ଗୁପ୍ତା, ସିଇଓ- ବେଦାନ୍ତ ଲିମିଟେଡ କହିଛନ୍ତିଯେ ଆମର ଜାତୀୟ ପତାକା ଅତି ଯତ୍ନର ସହିତ ଏହି ମହିଳାଙ୍କ ଦ୍ୱାରା ସିଲେଇ ହୋଇ ଝାରସୁଗୁଡ଼ାର ହଜାର ହଜାର ଘର ଉପରେ ଉଡ଼ୁଥିବା ଦେଖି ଆମେ ଗର୍ବିତ । ବିଶ୍ୱର ସର୍ବବୃହତ ଆଲୁମିନିୟମ ସ୍ମେଲଟର ମାନଙ୍କ ମଧ୍ୟରୁ ବେଦାନ୍ତ ଝାରସୁଗୁଡ଼ା ଭାରତର ଆତ୍ମନିର୍ଭରତାର ଯାତ୍ରା ପାଇଁ ଗର୍ବିତ ଅଭିଯାନ ଜାରି ରଖିଛି । ଆମେ ସ୍ଥାନୀୟ ଗୋଷ୍ଠୀର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ।

ଏହି ପଦକ୍ଷେପ ସଂପର୍କରେ ଜଣେ ଟେଲର ଓ ଶୁଭଲକ୍ଷ୍ମୀ ମହିଳା ସମବାୟର ସଦସ୍ୟା ସରସ୍ୱତୀ ମେହେର କହିଥିଲେଯେ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇ ପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତର ପ୍ରତିଟି ଘରେ ଏହି ଜାତୀୟ ପତାକା ଉଡ଼ିବା ଉତ୍ସାହକୁ ନେଇ ଆମେ ୪୦୦୦ଟି ପତାକା ସିଲାଇ କରିଛୁ । ୭୫ବର୍ଷ ସ୍ୱାଧୀନତର ଉତ୍ସବ ପାଳନ ଅବସରରେ ଆମ କଠିନ ପରିଶ୍ରମର ଫଳ ପ୍ରତିଟି ଘରେ ଉଡ଼ିବା ଆମ ପାଇଁ ଗୌରବଜନକ ।

ବେଦାନ୍ତ ଆଲୁମିନିୟମ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଯିଏକି ଆର୍ଥିକ ବର୍ଷ ୨୨ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । କଂପାନିର ୧.୭୫ ଏମଟିପିଏ ଆଲୁମିନିୟମ ସ୍ମେଲଟର ଓ ୩୬୧୫ ମେଗାୱାଟ ତାପଜ ଶକ୍ତି କେନ୍ଦ୍ର ପରିଚାଳନାକାରୀ ସଂସ୍ଥା । ଏକମାତ୍ର ଭାରତୀୟ ସ୍ମେଲଟର ଯିଏକି ବିଶ୍ୱସ୍ତରରେ ୧ ମିଲିୟନ ଟନ ଉତ୍ପାଦନ ଓ ରପ୍ତାନିକାରୀ କ୍ଲବ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Get real time updates directly on you device, subscribe now.