fbpx

ଭାରତର Oscarର ଏଣ୍ଟ୍ରି ତାମିଲ ଫିଲ୍ମ କୁଝାଙ୍ଗାଲ; ପଛରେ ପଡିଗଲା ସର୍ଦ୍ଦାର ଉଦ୍ଧମ ଓ ଶେରନୀ

ନୂଆଦିଲ୍ଳୀ: ଚଳିତ ବର୍ଷ ପାଇଁ ଭାରତର ଅଫିସିଆଲ ଓସ୍କାର ଏଣ୍ଟ୍ରି ରହିଛି ତାମିଲ ଫିଲ୍ମ କୁଝାଙ୍ଗାଲ । ବିଘ୍ନେଶ ଶିବନ ଓ ନୟନତାରାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଗୋଟିଏ ମଦୁଆ ବାପ ଏବଂ ପୁଅର ଯାତ୍ରା ଦେଖିବାକୁ ମିଳିବ । ପି ଏସ୍ ବିନୋଥରାଜଙ୍କ ଦ୍ୱାରା ଫିଲ୍ମର କାହାଣୀ ଲେଖା ଯାଇଥିବା ବେଳେ ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ୧୩ଟି ଭାରତୀୟ ଫିଲ୍ମକୁ ପଛରେ ପକାଇ କୁଝାଙ୍ଗାଲ ଭାରତର ଓସ୍କାର ଏଣ୍ଟ୍ରି ରହିଛି । ଭିକି କୌଶଲଙ୍କ ଅଭିନୀତ ସର୍ଦ୍ଦାର ଉଦ୍ଧମ ଓ ବିଦ୍ୟା ବାଲାନଙ୍କ ଶେରନୀ ସମେତ ମାଲାୟଲମ ଫିଲ୍ମ ନାୟାଟ୍ଟୁ ଓ ତାମିଲ ଫିଲ୍ମ ମାଣ୍ଡେଲାକୁ ମଧ୍ୟ ପଛରେ ପକାଇଛି ଏହି ଫିଲ୍ମ ।

ସର୍ବଭାରତୀୟ ସ୍ତରରେ ୧୪ଟି ଫିଲ୍ମକୁ ମନୋନୀତ କରାଯାଇଥିବା ବେଳେ ସମସ୍ତ ସଦସ୍ୟ କୁଝାଙ୍ଗାଲ ସପକ୍ଷରେ ମତ ଦେଇଥିଲେ । ଓସ୍କାର କମିଟିର ମୁଖ୍ୟ ଶାଜି ଏନ୍ କରୁଣ ଏହି ଖବର ସମ୍ପର୍କରେ ଘୋଷଣା କରିଛନ୍ତି । ୧୫ ଜଣ ସଦସ୍ୟ କୋଲକାତାରେ ୧୪ଟି ଯାକ ଫିଲ୍ମ ଦେଖିବା ପରେ ସର୍ବସମ୍ମତିକ୍ରମେ କୁଝାଙ୍ଗାଲର ନାମ ଘୋଷଣା କରାଯାଇଥିଲା । କୁଝାଙ୍ଗାଲରେ ଜଣେ ମଦ୍ୟପ ବ୍ୟକ୍ତିର କାହାଣୀ ଦେଖାଯାଇଛି । ମଦ୍ୟପ ଜଣଙ୍କ ସ୍ତ୍ରୀ ତାକୁ ଛାଡି ବାପଘରକୁ ପଳାଇଥିବା ବେଳେ ଛୋଟ ପୁଅ ସହିତ କିଭଳି ନିଜର ପତ୍ନୀକୁ ମନାଇଛି ତାହା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.