fbpx

ମନୀଷ ଅନୁରାଗ ହତ୍ୟା ମାମଲା: ୩ ଗିରଫ ଓ କୋର୍ଟ ଚାଲାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ଗିରଫ କରାଯାଇଛି । ବେଆଇନ ଭାବେ ବାର ଖୋଲିବା ସହ ତାଙ୍କ ନାମରେ ଅପରାଧୀକ ଷଡ଼ଯନ୍ତ୍ର ଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଏଥିସହ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ବାର ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଏହି ମାମଲାରେ ଗିରଫ ହୋଇଥିବା ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ପ୍ରସନ୍ନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ସେ ଯେଉଁ ସାଉଥ ସିଟି ହୋଟେଲକୁ ଚଳାଉଥିଲେ, ତା’ର ଲାଇସେନ୍ସ ଅବଧି ଗତ ମାସରେ ସମାପ୍ତ ହୋଇଯାଇଥିଲା । ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ପୋଲିସ ରୁଜୁ କରିଥିବା ଜଣାପଡ଼ିଛି । ଗତକାଲି ଆଡିସନାଲ ଡିସିପି ତାଙ୍କୁ ତଦନ୍ତ ଆଧାରରେ ନିଲମ୍ବିତ କରିଥିଲେ । ତାଙ୍କ ଭାଇଙ୍କ ନାଁରେ ଲିଜ ନେଇ ସେ ସାଉଥ୍ ସିଟି ବାର ଚଳାଉଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.