ତାମିଲନାଡୁ: ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶପ୍ରୀତି ପ୍ରଦର୍ଶନ କରିବା ପାଇଁ ଏହାର ସଚେତନତା ସୃଷ୍ଟି ପାଇଁ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ମଧ୍ୟ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ହର ଘର ତିରଙ୍ଗା ସାରା ଦେଶରେ ଲୋକପ୍ରିୟତା ହାସଲ କରିବା ସହିତ ତାମିଲନାଡୁର ଜଣେ କଳାକାର ତଥା ସମାଜସେବୀ ନିଆରା ଢଙ୍ଗରେ ତ୍ରିରଙ୍ଗାକୁ ପ୍ରଦର୍ଶନ କରିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସେ ତାଙ୍କ ଡାହାଣ ଆଖିରେ ତ୍ରିରଙ୍ଗା ରଙ୍ଗ ଦେଇଥିବାର ଜଣାଯାଇଛି।
ସ୍ୱାଧୀନତା ଦିବସ ୨୦୨୨ ପୂର୍ବରୁ, ୫୨ ବର୍ଷିୟ ସୁନା କାରିଗର ୟୁଏମଟି ରାଜା ଭାବରେ ପରିଚିତ ଭାରତୀୟ ପତାକା ପ୍ରତି ତାଙ୍କର ପ୍ରେମ ଏବଂ ସମ୍ମାନ ପାଇଁ ଚର୍ଚ୍ଚା ସୃଷ୍ଟି କରିଥିଲେ ସେ ଅଣ୍ଡାର ଶେଲ ଭିତରେ ଧଳା ଭ୍ରୁଣ ଉପରେ ଏକ ସୂକ୍ଷ୍ମ କପଡା ଭଳି ଚଳଚ୍ଚିତ୍ରରେ ରଙ୍ଗ ଆଙ୍କି ପରେ ଏହାକୁ ସେ ଆଖି ଡୋଳାର ଧବଳ ଅଂଶରେ ଛପେଇ ଦେଇଛନ୍ତି ।
ସେଇ ତ୍ରିରଙ୍ଗା ସମ୍ବଳିତ ଆଖି ଡୋଳାର ଏକ ଭିଡିଓ ଚିତ୍ର ସାମାଜିକ ଗଣମାଧ୍ୟମରେ ଛାଡ଼ି ସର୍ବସାଧାରଣଙ୍କ ମନରେ ଜାତୀୟତା ଭାବ ଜାଗ୍ରତ ପାଇଁ ସେ ଏପରି କରିଛନ୍ତି ବୋଲି କହିଛନ୍ତି । ଅନ୍ୟମାନେ ଏହାକୁ ଅନୁସରଣ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କାରଣ ଏହାଦ୍ବାରା ଚକ୍ଷୁରେ ଆଲର୍ଜି ଏବଂ ସଂକ୍ରମଣର ଆଶଙ୍କା ରହିଛି ବୋଲି ଡାକ୍ତରମାନେ ସତର୍କ କରାଇଥିବା ସେ କହିଛନ୍ତି।
