fbpx

ଆଇସିସି ବୋଲିଂ ମାନ୍ୟତା: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦମ୍‌ଦାର ପ୍ରଦର୍ଶନ ପରେ ଉପରକୁ ମହିଳା କ୍ରିକେଟର୍ ରେଣୁକା ସିଂଙ୍କ

ଦୁବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଅନ୍ୟତମ ବୋଲର ରେଣୁକା ସିଂ ଇଂଲଣ୍ଡରେ ଅନୁଷ୍ଠିତ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସର୍ବାଧିକ ୧୧ ୱିକେଟ୍‌ ଅକ୍ତିଆର କରି ଆଇସିସି ବୋଲିଂ ମାନ୍ୟତାରେ ଯଥେଷ୍ଟ ଉନ୍ନତି ଆଣିଛନ୍ତି । ଏହି ସଫଳତା ଆଧାରରେ ସେ ୧୦ ସ୍ଥାନ ଉପରକୁ ଉଠି ବର୍ତ୍ତମାନ ବୋଲିଂ ମାନ୍ୟତାର ୨୦ ଖେଳାଳୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ମଙ୍ଗଳବାର ଦିନ ଆଇସିସି ପକ୍ଷରୁ ଘୋଷିତ ମହିଳା ଟି-୨୦ ବୋଲିଂ ମାନ୍ୟତାରେ ରେଣୁକାଙ୍କୁ ୧୮ତମ ସ୍ଥାନ ପ୍ରାପ୍ତ ହୋଇଥିବା ବେଳେ ଏହା ତାଙ୍କ କ୍ୟାରିୟର୍‌ର ଶ୍ରେଷ୍ଠ ମାନ୍ୟତା ବିବେଚିତ ହୋଇଛନ୍ତି । ସେହି ରି ଭାରତୀୟ ମହିଳା ଦଳ ଅନ୍ୟତମ ବ୍ୟାଟର ଜେମିମା ରୋଦ୍ରିଗ୍ୟୁଜ୍‌ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୪୬ ରନ୍‌ କରି ଆଇସିସି ବ୍ୟାଟିଂ ମାନ୍ୟତାର ପ୍ରଥମ ୧୦ ବ୍ୟାଟରଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି ।

Get real time updates directly on you device, subscribe now.