fbpx

ଓଡିଆ ସିନେ ଜଗତରେ ଦୁଃଖର କଳାବାଦଲ: ଆଖି ବୁଜିଲେ ଆଉ ଜଣେ କିମ୍ବଦନ୍ତୀ

କଟକ: ଓଡିଆ ସିନେ ଜଗତରେ ଘୋଟିଯାଇଛି କଳାବାଦଲ । ଆଜି ଆଖି ବୁଜିଛନ୍ତି ଓଲିଉଡର ଆଉ ଜଣେ କିମ୍ବଦନ୍ତୀ । ବିଶିଷ୍ଟ ସଂଳାପ ଲେଖକ ରଣଜିତ ପଟ୍ଟନାୟକ ଆଜି କଟକ ସିଡିଏ ସ୍ଥିତ ନିଜ ବାସଭବନରେ ପ୍ରାଣତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ଲିଭରଜନିତ ରୋଗରେ ପୀଡିତ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ଘଟିଛି ।

ମିଳିଥିବା ସଦ୍ୟ ରିପୋର୍ଟ ଅନୁଯାୟୀ, ଆଜି ଆଉ ଜଣେ ବିଶିଷ୍ଟ କିମ୍ବଦନ୍ତୀଙ୍କୁ ହରାଇଛି ଓଲିଉଡ ଜଗତ । ବିଭିନ୍ନ ସିରିଏଲ ତଥା ଅନେକ ଚଳଚ୍ଚିତ୍ରରେ ସଂଳାପ ଲେଖି ସାରା ଓଡିଆ ସିନେପ୍ରେମୀଙ୍କ ପାଖରେ ପହଞ୍ଚି ପାରିଥିଲେ ରଣଜିତ ପଟ୍ଟନାୟକ । ଦୀର୍ଘଦିନରୁ ଲିଭରଜନିତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ ସଂଳାପ ଲେଖକ ରଣଜିତ । ତେବେ ବର୍ଷ ବୟସରେ ଆଜି କଟକସ୍ଥିତ ତାଙ୍କ ବାସଭବନରେ ସେ ପ୍ରାଣତ୍ୟାଗ କରିଛନ୍ତି ।

ସୁନ୍ଦରଗଡର ସାଲମାନ ଖାନ, ହିରୋ ନମ୍ବର ୧, ମତେ ତ ଲଭ ହେଲାରେ ଭଳି ଅନେକ ହିଟ ଫିଲ୍ମରେ ସଂଳାପ ଲେଖି ସେ ଓଡିଶାବାସୀଙ୍କ ହୃଦୟକୁ ଚୁଇଁ ପାରିଥିଲେ । ତେବେ ଆଜି ତାଙ୍କ ମୃତ୍ୟୁରେ ସାରା ଓଲିଉଡ ଜକତରେ ଖେଲିଯାଇଛଇ ଶୋକର ଛାୟା । ନିକଟରେ ଭେଟେରାନ ଅଭିନେତା ମିହିର ଦାସ ଏବଂ ରାଇମୋହନ ପରିଡାଙ୍କ ମୃତ୍ୟୁରେ କାନ୍ଦିଥିଲା ସାରା ଓଡିଶା । ଏବେ ରଣଜିତ ପଟ୍ଟନାୟକଙ୍କ ମୃତ୍ୟୁକୁ ସହଜରେ ହଜମ କରିପାରି ନାହାନ୍ତି ଓଡିଆ ସିନେପ୍ରେମୀ ।

Get real time updates directly on you device, subscribe now.