fbpx

ମିର୍ଚି ବାବାଙ୍କୁ ହୋଟେଲରୁ ଉଠାଇଆଣିଲା ପୁଲିସ, ନିଶା ବିଟକା ଖାଇବାକୁ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଲେ ପୀଡିତା

ଭୋପାଳ : ଦୁଷ୍କର୍ମ ଅଭିଯୋଗରେ ମିର୍ଚି ବାବାଙ୍କୁ ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଗିରଫ କରାଯାଇଛି । ଜଣେ ମହିଳାଙ୍କୁ ବାବା ଭୋପାଳରେ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ପୀଡିତା ଜଣକ କହିଛନ୍ତି ଯେ ସନ୍ତାନ ଜନ୍ମ ହେବାର ବାହାନା କରି ତାଙ୍କୁ ବଟିକା ଖାଇବାକୁ ଦେଇ ଦୁଷ୍କର୍ମ କରାଯାଇଥିଲା । ଏ ସମ୍ପର୍କରେ ଭୋପାଳର ପୋଲିସ ଟିମ୍‌ ଅଭିଯୁକ୍ତ ମିର୍ଚି ବାବାଙ୍କୁ ଧରିବା ପାଇଁ ଗତକାଲି ରାତିରେ ଗ୍ୱାଲିଅରରେ ପହଞ୍ଚିଥିଲେ। ଯେଉଁଠାରେ ସକାଳେ ବାବାଙ୍କୁ ଏକ ହୋଟେଲରୁ ଗିରଫ କରାଯାଇଥିଲା । ୨୮ ବର୍ଷୀୟା ମହିଳା ଚାରି ବର୍ଷ ହେଲା ବିବାହିତ ବୋଲି ପୋଲିସକୁ କହିଛନ୍ତି । ଭୋପାଳର ମିନେଲ ରେସିଡେନ୍ସିରେ ଥିବା ତାଙ୍କ ଆଶ୍ରମରେ ବାବା ଜୁଲାଇ ୧୭ରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅନ୍ୟ ପଟେ ମିର୍ଚି ବାବାଙ୍କୁ ମୋବାଇଲ ଫୋନରୁ ଅଶ୍ଳୀଳ ଭିଡିଓ ସହ ବିଭିନ୍ନ ଯୁବତୀଙ୍କ ନ୍ୟୁଡ଼ ଫଟୋ ଦେଖିବାକୁ ମିଳିଛି। ଏଥି ସହିତ କଲ୍ ଲିଷ୍ଟରେ ଅନେକ ଯୁବତୀଙ୍କ ନମ୍ବର ଥିବା ସୂଚନା ମିଳିଛ। ତେବେ ମାମଲାର ତଦନ୍ତ ପରେ ଗୁମର ଫିଟିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.