fbpx
BJD
BJD SKY
BJD SKY

ସେପ୍ଟେମ୍ବର ୧୫ ଯାଏଁ ଲକଡାଉନ ଅବଧି ବୃଦ୍ଧି; ରବିବାର ସମୁଦ୍ରକୂଳ ଯିବା ଉପରେ କଟକଣା

BJD

ନୂଆଦିଲ୍ଲୀ: ଆଉ ଏକ ରାଜ୍ୟରେ ବଢିଛି ଲକଡାଉନ ଅବଧି । ତାମିଲନାଡୁ ସରକାରଙ୍କ ପକ୍ଷରୁ ରାଜ୍ୟରେ ଲକଡାଉନ ଅବଧି ସେପ୍ଟେମ୍ବର ୧୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ରାଜ୍ୟରେ ଲକଡାଉନ ଅବଧି ବୃଦ୍ଧି କରିଥିବା ବେଳେ ଶୁକ୍ରବାରରୁ ରବିବାର ଯାଏଁ ଧାର୍ମିକ ସ୍ଥଳ ଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ସହିତ ରବିବାରରେ ସମୁଦ୍ର କୂଳକୁ ପ୍ରବେଶ କରିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସପ୍ତାହନ୍ତ ଭିଡ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ଶିକ୍ଷାଦାନ ଆରମ୍ଭ କରାଯିବ ବୋଲି କୁହାଯାଇଛି । ରାଜ୍ୟରେ ଗଣେଶ ପୂଜାକୁ ଅନୁମତି ଦିଆଯାଇଥିବା ବେଳେ ମୂର୍ତ୍ତି ଭସାଣି ପାଇଁ ପ୍ରସେସନ ଉପରେ କଟକଣା ଜାରି କରାଯାଇଛି ।

Get real time updates directly on you device, subscribe now.