fbpx

ସିନ୍ଧୁଙ୍କ ପାଇଁ ପାର୍ଟି ରଖିଲେ ଚିରଞ୍ଜିବୀ ଓ ରାମଚରଣ

ନୂଆଦିଲ୍ଲୀ: ଭାରତୀୟ ସଟଲ କୁଇନ ପିଭି ସିନ୍ଧୁଙ୍କ ପାଇଁ ପାର୍ଟି ରଖିଛନ୍ତି ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀ ଓ ରାମଚରଣ । ଏକମାତ୍ର ମହିଳା ଖେଳାଳି ତଥା ଦ୍ୱିତୀୟ ଭାରତୀୟ ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିବାର କୃତିତ୍ୱ ହାସଲ କରିଥିଲେ ସିନ୍ଧୁ । ସିନ୍ଧୁଙ୍କ ପାଇଁ ଏହି ପାର୍ଟି ୨୦ ତାରିଖରେ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଏହାର ଫଟୋ ଶନିବାର ସୋସିଆଲ ମିଡିଆରେ ଶେୟାର କରିଥିଲେ ରାମଚରଣ ।

ଏହି ପାର୍ଟିରେ ଏକାଧିକ ରାଜନେତା ଏବଂ ଟଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ । ରାଜନେତାଙ୍କ ମଧ୍ୟରେ ଟି ସୁବିରାମୀ ରେଡ୍ଡୀ, ତେଲେଙ୍ଗାନାର ଆଇଟି ସଚିବ ଜୟେଶ ରଞ୍ଜନ ଯୋଗ ଦେଇଥିବା ବେଳେ ଅଭିନେତାଙ୍କ ମଧ୍ୟରେ ରାଧିକା, ସୁହାସିନୀ, ନାଗାର୍ଜୁନ, ଅଖିଲ, ରାଣା ଦବୁବତ୍ତୀ, ବରୁଣ ତେଜ, ସାଇ ଧରମ ତେଜ ଏବଂ ପ୍ରଯୋଜକ ଅଲ୍ଲୁ ଅରବିନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ସିନ୍ଧୁ ନିଜ ବ୍ରୋଞ୍ଜ ପଦକ ସହିତ ସମସ୍ତଙ୍କ ସହିତ ଫଟୋ ଉଠାଇଥିଲେ ।

Get real time updates directly on you device, subscribe now.