fbpx

କାରକୁ ଧକ୍କା ଦେଲା ଟ୍ୟାଙ୍କର: ଗୋଟିଏ ପରିବାରର ୩ମୃତ

କୋରାପୁଟ: କୋରାପୁଟ ପଟ୍ଟାଙ୍ଗୀରେ ଏକ ବଡ଼ ଧରଣ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ କାରକୁ ଟ୍ୟାଙ୍କର ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଆନୁଯାୟୀ, ୨୬ ନମ୍ବର ଜାତୀୟ ରାଜପଥ ପଙ୍ଗାର ଗାଁ ନିକଟରେ ଏକ କାର ଯାଉଥିବା ବେଳେ ଟ୍ୟାଙ୍କର ଆସି କାରକୁ ଶକ୍ତ ଧକ୍କା ଦେଇଛି । ଫଳରେ କାରର ଅବସ୍ଥା ଶୋଚନୀୟ ଥିବା ବେଳେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ।

ଦୁର୍ଘଟଣା ଘଟିବା ପରେ ଗାଁ ଲୋକେ ଘଟଣାସ୍ଥଳକୁ ଦୌଡି ଆସିଥିଲେ । ଏହାପରେ ସେମାନେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଁଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲ ପଠାଇଛନ୍ତି ।

Get real time updates directly on you device, subscribe now.