fbpx

ଉତ୍ତର ଓଡିଶାରେ ପ୍ରବଳ ଛେଚିବ! ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାରେ ସକ୍ରିୟ ହୋଇଛି ମୌସୂମୀ । ଅସହ୍ୟ ତାତି ପରେ ବର୍ଷାର ଆଗମନକୁ ଖୁବ ଉପଭୋଗ କରୁଛି ସାରା ଓଡିଶା । ବିଶେଷ କରି ଚାଷୀକୂଳ ଏହି ବର୍ଷାକୁ ଅତି ଖୁସିର ସହିତ ସ୍ୱାଗତ କରୁଛି । ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ମୌସୂମୀଜନିତ ବର୍ଷାର ପରିମାଣ ବୃଦ୍ଧି ପାଇବ । ତେଣୁ ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହୋଇପାରେ । ତେବେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ୨୪ ଘଣ୍ଟାରେ ଉତ୍ତର ଓଡିଶାରେ ଖୁବ ଜୋରରେ ବର୍ଷା ହୋଇପାରେ । ଏହାସହିତ ଦକ୍ଷିଣ ଓଡିଶାରେ ହାଲୁକା ବା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.