fbpx

‘ପଇସା ନୁହେଁ ମୋର ସ୍ୱାମୀ ଦରକାର’, ମାଣ ବସାଇବା ପରେ ତପସ୍ୱିନୀଙ୍କ ବୟାନ

ଭୁବନେଶ୍ୱର: ଶାଶୁ ଘରେ ନିଜ ହକ୍ ଦାବି କରି ଗତ ଚାରିଦିନ ହେଲା ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇ ଆସୁଛନ୍ତି ବ୍ରହ୍ମପୁର ବୈଦ୍ୟନାଥପୁରର ଡିମ୍ପଲ । ଗୁରୁବାର ଧାରଣା ସ୍ଥଳରେ ମାଆ ଲକ୍ଷ୍ମୀଙ୍କୁ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଘର ବାହାରେ ବୋହୂ ପୂଜାର୍ଚ୍ଚନା ଜାରି ରଖିଥିବା ବେଳେ ଅନ୍ୟପଟେ ତାଙ୍କର ଶ୍ୱଶୁର ପ୍ରମୋଦ ସାହୁ ଓ ସ୍ୱାମୀ ଡା. ସୁମିତ ସାହୁ କେହି ବାହାରକୁ ଆସିନଥିଲେ ।

ସେପଟେ ଡିମ୍ପଲ କହିଛନ୍ତି ତାଙ୍କୁ ଏଠାରୁ ଉଠିଯିବାକୁ ଲାଞ୍ଚ ନେବାପାଇଁ ପ୍ରରୋଚିତ କରାଯାଉଥିôବାନେଇ କହିଛନ୍ତି ଡିମ୍ପଲ । ଏହା ସହ ସେ କହିଛନ୍ତି ସେ କେବଳ ନିଜର ସ୍ୱମାୀଙ୍କ ପାଇଁ ଏଠାରେ ବସିଛନ୍ତି କୌଣସି ଲାଞ୍ଚ ନେବା ପାଇଁ ନୁହେଁ । ସେ କେବେବି ଲାଞ୍ଚ ନେଇ ସେଠାରୁ ଉଠିବି ନାହିଁ ବୋଲି କହିଛନ୍ତି ଡିମ୍ପଲ ।

ତାଙ୍କୁ ଘରେ ନ ପୂରାଇଲେ ହେଁ ଏବେ ବି ସେ ସୁମିତଙ୍କର ପତ୍ନୀ, ତେଣୁ ଜଣେ ଓଡ଼ିଆ ଘରର ବୋହୂ ହିସାବରେ ମାଆ ଲକ୍ଷ୍ମୀଙ୍କ ମାଣ ବସାଇଥିବା କହିଛନ୍ତି ତପସ୍ୱିନୀ । ସୂଚନାଯୋଗ୍ୟ ଯେ, ପୂର୍ବରୁ ତପସ୍ୱିନୀ ଓ ସୁମିତ କୋର୍ଟରେ ମ୍ୟାରେଜ କରିବା ପରେ ପରବର୍ତ୍ତୀ ସମୟରେ ଆଉ ଧରାଛୁଆଁ ଦେଇନଥିବା ତପସ୍ୱିନୀ ଅଭିଯୋଗ କରିଥିଲେ । ତାଙ୍କୁ ପତ୍ନୀ ହିସାବରେ ଅଧିକାର ମିଳୁ ବୋଲି ସେ ଦାବି କରିଆସୁଛନ୍ତି । ଅନ୍ୟପକ୍ଷରେ ତପସ୍ୱିନୀଙ୍କ ସ୍ୱାମୀ ଓ ଶ୍ୱଶୁର ଉଭୟେ ତପସ୍ୱିନୀଙ୍କୁ ବୋହୂ ଭାବେ ଗ୍ରହଣ କରିଛନ୍ତି । ମାତ୍ର ଦମ୍ପତିଙ୍କର କେସ୍ ଏବେ କୋର୍ଟରେ ବିଚାରାଧୀନ ଥିବାରୁ ସେମାନେ ଏନେଇ କିଛି କରିପାରିବେ ନାହିଁ ବୋଲି କହିଥିଲେ ।

Get real time updates directly on you device, subscribe now.