fbpx

ଜୁନିଅର ହକି ବିଶ୍ୱକପ୍: ଦ୍ୱିତୀୟ ମ୍ୟାଚରେ ଭାରତର ଦମଦାର ବିଜୟ

କାନାଡାକୁ ୧୩-୧ ଗୋଲରେ ପରାସ୍ତ କଲା ଭାରତ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ କମବ୍ୟାକ କରିଛି ଭାରତୀୟ ଦଳ । ଜୁନିଅର ହକି ବିଶ୍ୱକପର ଦ୍ୱିତୀୟ ଦିବସରେ ଶେଷ ମ୍ୟାଚରେ କାନାଡା ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ଭାରତ । ୧୩-୧ ଗୋଲ୍ ବ୍ୟବଧାନରେ କାନାଡାକୁ ହରାଇଛି ଭାରତ । ଭାରତ ପକ୍ଷରୁ ଅରିଜିତ ସିଂ ହୁଣ୍ଡାଲ ଓ ସଞ୍ଜୟଙ୍କ ୩ଟି ଗୋଲ୍ । ଓଡ଼ିଆ ହକି ତାରକା ଅଭିଷେକ ଲାକ୍ରା ଦେଲେ ଗୋଟିଏ ଗୋଲ୍ । ଆସନ୍ତା ଶନିବାର ଭାରତର ପରବର୍ତ୍ତୀ ମ୍ୟାଚ ପୋଲାଣ୍ଡ ବିପକ୍ଷରେ ଖେଳାଯିବ ।

Get real time updates directly on you device, subscribe now.