Breaking: ସୁରୁଖୁରୁରେ ଚାଲିପାରୁନି ଅଧିବେଶନ, ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଗଲେ ତାରା
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ନାରାବାଜି। ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିଗଲେ ବିରୋଧୀ।
ଭୁବନେଶ୍ୱର: ସୁରୁଖୁରୁରେ ଚାଲିପାରୁନି ବିଧାନସଭାର ଦ୍ୱିତୀୟ ବଜେଟ୍ ଅଧିବେଶନ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ନାରାବାଜି। ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିଗଲେ ବିରୋଧୀ। ପୂର୍ବରୁ ମଧ୍ୟ ଗୃହରେ ଏହିଭଳି ହୋହଲ୍ଲା ପାଇଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି।
ଗତକାଲି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବିରୋଧୀ କଂଗ୍ରେସ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଥିଲା। ଆଜିବି ଠିକ୍ ସମାନ ଭାବରେ ଗୃହ ଆରମ୍ଭ ହେବା ପୂର୍ବରୁ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଥିଲା।
ଏବଂ ଅଧିବେଶନ ଆରମ୍ଭ ହେଉ ହେଉ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିଯାଇ ନାରାବାଜି ଦେଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ଏହାସହ ନାରୀ ନିର୍ଯ୍ୟାତନା ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ। ତେଣୁ ଗୃହକୁ ୧୨ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି।
କେବଳ କଂଗ୍ରେସ ନୁହେଁ ବିରୋଧୀ ବିଜେଡି ମଧ୍ୟ ଜୟନାରାୟଣଙ୍କ ମନ୍ତବ୍ୟ ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲା। ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହୋହଲ୍ଲା କରିବା ଆରମ୍ଭ କରିଦେଇଛନ୍ତି। ତେବେ ଦେଖାଯାଉ କେବେ ଶାନ୍ତ ପଡୁଛି ପରିସ୍ଥିତି। ଆଉ କେବେ ସୁରୁଖୁରୁରେ ଚାଲୁଛି ଗୃହ।