fbpx
BJD
BJD SKY
BJD SKY

‘ଟାଟା’ର ହେଲା ଏୟାର ଇଣ୍ଡିଆ

BJD

ନୂଆଦିଲ୍ଲୀ: ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆକୁ ଫେରିପାଇଲା ଟାଟା । ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ । କମ୍ପାନୀ ଏହି ସରକାରୀ ଏୟାରଲାଇନ୍ସ ପାଇଁ ସବୁଠୁ ଅଧିକ ୧୮ ହଜାର କୋଟି ବିଡିଂ ଡାକି ଏହାକୁ ନିଜ ନାମରେ କରିଛି । ଏହା ସହ ଟାଟା ସନ୍ସ ପାଖରେ ଏବେ ୩ ଏୟାରଲାଇନ୍ସ ହେବାକୁଯାଉଛି । ଶୁକ୍ରବାର ସରକାରଙ୍କ ତରଫରୁ ଏୟାର ଇଣ୍ଡିଆର ନୂଆ ମହାରାଜା ଟାଟା ସନ୍ସଙ୍କୁ ବଛାଯାଇଥିବା ଘୋଷଣା କରିଛନ୍ତି । ପ୍ରେସମିଟରେ କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି ।

୧୯୩୨ ମସିହାରେ ଟାଟା ଗ୍ରୁପ ହିଁ ଆରମ୍ଭ କରିଥିଲା । ଟାଟା ଗ୍ରୁପର ପ୍ରତିଷ୍ଠାତା ଜେ.ଆର.ଡି ଟାଟା ଯିଏକି ଜଣେ କୁଶଳ ପାଇଲଟ ଥିଲେ ସେ ଟାଟା ଏୟାର ଲାଇନ୍ସ ଭାବରେ ଏହାର ଶୁଭାରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଭାରତରୁ ବିମାନ ସେବା ସ୍ୱାଭାବିକ ହୋଇଥିଲା ଏବଂ ସେତେବେଳେ ଏୟାର ଇଣ୍ଡିଆକୁ ସାର୍ବଜନିକ କରାଯାଇଥିଲା । ତେବେ ୧୯୪୭ ରେ ଦେଶ ସ୍ୱାଧୀନତା ପରେ ଏକ ରାଷ୍ଟ୍ରୀୟ ଏୟାରଲାଇନ୍ସର ଆବଶ୍ୟକତା ପଡ଼ିଥିଲା ଏବଂ ଭାରତ ସରକାର ଏୟାର ଇଣ୍ଡିଆରେ ୪୯% ଅଂଶଧନ କିଣିଥିଲେ । ଏହାପରେ ୧୯୫୩ରେ ଭାରତ ସରକାର ଏୟାର କର୍ପୋରେସନ ଆକ୍ଟ ଅନୁଯାୟୀ ଏୟାର ଇଣ୍ଡିଆ ଠାରୁ ଏହାର ବାକି ଅଂଶଧନ ଅଧିଗ୍ରହଣ କରିଥିଲେ ଆଉ ଏହିଭଳି ଭାବରେ ଏୟାର ଇଣ୍ଡିଆ ସଂପୂର୍ଣ୍ଣ ଭାବରେ ସରକାରୀ କମ୍ପାନୀ ହୋଇଯାଇଥିଲା ।

Get real time updates directly on you device, subscribe now.