fbpx

ପାର୍ବଣରେ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ହ୍ରାସ ପାଉଥିଲେ ବି ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏଥିପାଇଁ ପାର୍ବଣରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ପାର୍ବଣ ସମୟରେ କରୋନା ଗାଇଡଲାଇନ୍ ମାନିବାକୁ ସେ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ଭିଡ଼ରୁ ଦୂରେଇ ରହିଲେ ଆମେ କରୋନା ସଂକ୍ରମଣରୁ ବର୍ତ୍ତିପାରିବା । ଆଗାମୀ ୩ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାର ମଧ୍ୟ ବାରମ୍ବାର ସତର୍କ ରହିବାକୁ କହୁଛନ୍ତି । ଯେଉଁ ଜିଲ୍ଲାର ସଂକ୍ରମଣ କମୁନି ସେଠି ଦୃଷ୍ଟି ଦେବାକୁ କହୁଛନ୍ତି ।’

Get real time updates directly on you device, subscribe now.