fbpx

ନବରାତ୍ରିର ୯ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍, ଜାଣନ୍ତୁ

୨୦୨୧ ନଭେମ୍ବର ୭ରୁ ନବରାତ୍ରୀ ଆରମ୍ଭ ହୋଇଛି । ନବରାତ୍ରିର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । କୁହାଯାଏ କି ୯ ଦିନ ରଙ୍ଗ ହିସାବରେ ପୋଷାକ ପିନ୍ଧି ପୂଜା କରିବା ଦ୍ୱାରା ମା’ ପ୍ରସନ୍ନ ହୁଅନ୍ତି ଓ ଆର୍ଶୀବାଦ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍….

୧. ପ୍ରଥମ ଦିନ ବିଶେଷ କରି ହଳଦିଆ ପୋଷାକ ପିନ୍ଧାଯାଏ ।

୨. ଦ୍ୱିତୀୟ ଦିନରେ ଭକ୍ତମାନେ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତି ।

୩. ତୃତୀୟ ଦିନରେ ଭକ୍ତମାନେ ବାଦାମୀ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ପୂଜା କରନ୍ତି ।

୪. ଚତୁର୍ଥ ଦିନରେ କମଳା ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ପୂଜା କରନ୍ତି ।

୫. ପଞ୍ଚମ ଦିନରେ ଭକ୍ତମାନେ ଧଳା ରଙ୍ଗର ପୋଷାକ ପିନ୍ଧନ୍ତି ।

୬. ନବରାତ୍ରୀଙ୍କ ଷଷ୍ଠ ଦିନରେ ଲୋକମାନେ ନାଲି ରଙ୍ଗର ପୋଷାକ ପିନ୍ଧନ୍ତି ।

୭. ସପ୍ତମ ଦିନରେ ନୀଳ ରଙ୍ଗର ପୋଷାକ ପିନ୍ଧି ମାତାଙ୍କୁ ଉପାସନା କରାଯାଏ ।

୮. ଅଷ୍ଟମ ଦିନରେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧାଯାଏ ।

୯. ନବମ ଦିନରେ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଯାଏ । ଏହା ଦେଖି ମା ଅତ୍ୟନ୍ତ ଖୁସି ହୋଇଥାନ୍ତି ।

Get real time updates directly on you device, subscribe now.