fbpx

କୋଭିଡ୍ ଟିକା ନେଇ ନଥିଲେ ଏଣିକି ସରକାରୀ କର୍ମଚାରୀ ଅଫିସରେ ଏଣ୍ଟ୍ରି କରିପାରିବେ ନାହିଁ, ଜାଣନ୍ତୁ କେବେଠାରୁ ଲାଗୁ ହେବ ଓ କେଉଁଠି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏହି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । କୋଭିଡ୍ ଟିକା ନେଇନଥିଲେ କୌଣସି ସରକାରୀ କର୍ମଚାରୀ ଅଫିସରେ ଏଣ୍ଟ୍ରି କରିପାରିବେ ନାହିଁ । ଆସନ୍ତା ୧୬ ତାରିଖଠାରୁ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ସରକାରୀ ଅଫିସମାନଙ୍କରେ ପ୍ରବେଶ କରିବାକୁ ହେଲେ ଅତିମରେ କୋଭିଡର ଗୋଟିଏ ଭ୍ୟାକ୍ସିନ ନେବା ନିହାତି ଜରୁରୀ ବୋଲି କୁହାଯାଇଛି । ତେବେ ଏହି ନିୟମ ଲାଗୁ ହେବା ଫଳରେ ଲୋକଙ୍କ ମଧ୍ୟରେ ଟିକାକରଣ ବୃଦ୍ଧି ପାଇବ ବୋଲି କୁହାଯାଉଥିବା ବେଳେ ସରକାରୀ କର୍ମଚାରୀ ଏହି ଖବର ଶୁଣିବା ପରେ ଛାନିଆ ହୋଇଯାଇଛନ୍ତି ।

Get real time updates directly on you device, subscribe now.