fbpx

ରତନ ଟାଟାଙ୍କ ଉଦାରତା, କୋଭିଡରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଅବସର ପର୍ଯ୍ୟନ୍ତ ଦରମା

AAKASH

ନୂଆଦିଲ୍ଲୀ : ଦେଶର ବଡ ଉଦ୍ୟୋଗପତି ରତନ ଟାଟା ପୁଣି ଥରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରତନ ଟାଟାଙ୍କ କମ୍ପାନୀ ଟାଟା ଷ୍ଟିଲ୍ କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାର ଘୋଷଣା କରିଛି । ଟାଟା ଷ୍ଟିଲ ଘୋଷଣା କରିଛି ଯେ, କମ୍ପାନୀ କରୋନାରେ ମୃତ୍ୟୁ କର୍ମଚାରୀଙ୍କ ପରିବାରର ପରିଜନଙ୍କୁ କର୍ମଚାରୀଙ୍କ ବୟସ ଅର୍ଥାତ ୬୦ ବର୍ଷ ପର୍ଯ୍ୟନ୍ତ ପୂରା ଦରମା ପ୍ରଦାନ କରିବ । ଏଥିସହ କମ୍ପାନୀ କହିଛି, ମୃତ କର୍ମଚାରୀଙ୍କ ପରିବାରର ପିଲାଙ୍କ ପାଠପଢା, ମେଡିକାଲ ଓ ରହିବା ସୁବିଧା ମଧ୍ୟ ଜାରି ରହିବ ।

ଏହା ବ୍ୟତୀତ ଯଦି କୌଣସି ଆଗ ଧାଡିର କର୍ମଚାରୀ କାମ ସମୟରେ କନୋନା ସଂକ୍ରମଣରେ ପ୍ରାଣ ହରାନ୍ତି ତେବେ କମ୍ପାନୀ ତାଙ୍କ ପିଲାଙ୍କ ଗ୍ରାଜୁଏଟ୍ ପର୍ଯ୍ୟନ୍ତ ପାଠପଢାର ସମସ୍ତ ଖର୍ଚ୍ଚ ବହନ କରିବ । ଉଲ୍ଲେଖନୀୟ ଏହି ପରି ଟାଟା କମ୍ପାନୀର ଅନ୍ୟ ଗ୍ରୁପ ଟାଟା ମୋଟର୍ସ କୋଭିଡ୍‌-୧୯ରେ ମୃତ୍ୟୁ ଘଟିଥିବା ନିଜ କର୍ମଚାରୀଙ୍କ ପରିଜନଙ୍କୁ ଅବସର ବୟସ ପର୍ଯ୍ୟନ୍ତ ବେସିକ ଦରମାର ୫୦ ପ୍ରତିଶତ ଅର୍ଥ ମାସିକ ଭତା ଭାବେ ପ୍ରଦାନ କରିବ । କେବଳ ଏତିକି ନୁହେଁ କମ୍ପାନୀ ୱାନ ଟାଇପ୍ ପେ ଆଉଟ୍ ମଧ୍ୟ ପରିଜନଙ୍କୁ ପ୍ରଦାନ କରିବ ।

ଟାଟାର ଏହି ଘୋଷଣା ପରେ ସାମାଜିକ ଗଣମାଧ୍ୟମରେ କମ୍ପାନୀର ଖୁବ ପ୍ରଶଂସା କରାଯାଉଛି । ଜଣେ ୟୁଜର ଲେଖିଛନ୍ତି, କର୍ପୋରେଟ୍ ଜଗତକୁ ପୁଣି ଥରେ ପ୍ରେରିତ କରିବା ପାଇଁ ରତନ ଟାଟାଙ୍କୁ ଧନ୍ୟବାଦ । କମ୍ପାନୀକୁ ସବୁ ଦିଗରୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି ।

Get real time updates directly on you device, subscribe now.