fbpx
BSKY SKY
BSKY SKY

ଇସିବି ବଢାଇଲା ବିସିସିଆଇର ଟେନସନ, ଆଇପିଏଲ ୨୦୨୧ର ବାକି ମ୍ୟାଚକୁ ନେଇ ଦୋଛକିରେ ଗାଙ୍ଗୁଲି ପ୍ରଶାସନ

BSKY

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଂଚ ମ୍ୟାଚ୍ ବିିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଅଗଷ୍ଟ ୪ରୁ ଆରମ୍ଭ ହେବ । ଅନ୍ୟପଟେ ବିସିସିଆଇ ଆଇପିଏଲର ବଳକା ମ୍ୟାଚର ଆୟୋଜନ ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛି । ଏଥିପାଇଁ ବିସିସିଆଇ ଗୋଟିଏ ସପ୍ତାହ ପୂର୍ବରୁ ଟେଷ୍ଟ ସିରିଜ୍ ସମାପ୍ତ କରିବାକୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡକୁ ଅନୁରୋଧ କରିଛି । ଏମିତି ହେଲେ ଆଇପିଏଲର ବଳକା ୩୧ ମ୍ୟାଚ୍ ପାଇଁ ଅଧିକ ସମୟ ମିଳିଯିବ । କିନ୍ତୁ ଇସିବି ଟେଷ୍ଟ ସିରିଜର କାର୍ଯ୍ୟକ୍ରମରେ କୌଣସି ପରିବର୍ତନ କରିବାକୁ ଚାହୁଁ ନଥିବା ଜଣା ପଡିଛି । କିନ୍ତୁ ଆନୁଷ୍ଠାନିକ ଭାବେ ଏ ପର୍ଯ୍ୟନ୍ତ ବିସିସିଆଇ ଓ ଇସିବି ମଧ୍ୟରେ ଆଲୋଚନା ହୋଇ ନାହିଁ । କେବଳ ଦୁଇ ବୋର୍ଡ ମଧ୍ୟରେ ଅନୌପଚାରିକ ଆଲୋଚନା ଚାଲିଛି ।

ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଇସିବି ଟେଷ୍ଟ ସିରିଜରେ କୌଣସି ପରିବର୍ତନ କରିବ ଆଶା ଲାଗୁ ନାହିଁ । କେବଳ ଅନୌପଚାରିକ ଭାବେ ଇସିବିକୁ ଆମେ ପ୍ରସ୍ତାବ ଦେଇଛୁ । କିନ୍ତୁ ଇଂଲଣ୍ଡ ଓ ୱେଲ୍ସ ବୋର୍ଡର ଆଭିମୁଖ୍ୟରୁ ଲାଗୁ ନାହିଁ ସେମାନେ ଆମ ଅନୁରୋଧ ସ୍ୱୀକାର କରିବେ । ତେଣୁ ଆମକୁ ଔପଚାରିକ ଭାବେ ଅନୁରୋଧ କରିବ କିମ୍ବା ଆଲୋଚନା କରିବାରେ କୌଣସି ଫାଇଦା ନାହିଁ । କାରଣ ଇସିବିକୁ ନିଜର ହଂଡ୍ରେଡ ଲିଗ୍ ଜୁଲାଇ ୨୪ ରୁ ଅଗଷ୍ଟ ୨୧ ମଧ୍ୟରେ ଆୟୋଜନ କରିବାର ଅଛି । ପ୍ରସାରଣକାରୀ ସଂସ୍ଥା ମଧ୍ୟରେ ତାର ଚୁକ୍ତି ହୋଇ ସାରିଛି ଏବଂ ବାକି ପ୍ରସ୍ତୁତି ପୂରା ହୋଇ ସାରିଛି । ତେଣୁ ଇସିବି ଟେଷ୍ଟ ସିରିଜ କାର୍ଯ୍ୟକ୍ରମରେ କୌଣସି ପ୍ରକାରର ପରିବର୍ତନ କରିବା ମୋଡରେ ନାହିଁ ।

ସୂଚନାଯୋଗ୍ୟ, ପାଂଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୪ ରୁ ୮, ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୧୨ ରୁ ୧୬, ତୃତୀୟ ମ୍ୟାଚ୍ ଅଗଷ୍ଟ ୨୫ରୁ ୨୯, ଚତୁର୍ଥ ଟେଷ୍ଟ ସେପ୍ଟେମ୍ବର ୨ ରୁ ୬ ଏବଂ ପଂଚମ ଟେଷ୍ଟ ସେପ୍ଟେମ୍ବର ୧୦ରୁ ୧୪ରେ ଖେଳାଯିବ । ବିସିସିଆଇ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ମଧ୍ୟରେ ଆଇପିଏଲର ବଳକା ମ୍ୟାଚ୍ ଆୟୋଜନ କରିବାକୁ ଚାହୁଁଥିଲା । ଏବେ ଦେଖିବା ବାକି ରହିଲା ଯେ, ବିସିସିଆଇ ଆଇପିଏଲର ବଳକା ୩୧ ମ୍ୟାଚ୍ ପାଇଁ କଣ ବ୍ୟବସ୍ଥା କରୁଛି ।

Get real time updates directly on you device, subscribe now.