fbpx

ଏହି ରାଜ୍ୟରୁ ହଟିବ ଲକଡାଉନ୍, କିନ୍ତୁ ରହିଛି ଏହିସବୁ ସର୍ତ୍ତ

ରାୟପୁର: ଛତିଶଗଡ଼ରେ ଲକଡାଉନକୁ ନେଇ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଏହି ଘୋଷଣା ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ଦେଖାଯାଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଏନେଇ ଅବଗତ କରାଯାଇଛି ଯେ, ସେମାନେ ନିଜ ନିଜ ଜିଲ୍ଲାର କୋଭିଡି୍ ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍ ନିଷ୍ପତ୍ତି ପାରିବେ । ତେବେ ବର୍ତ୍ତମାନ ଲକଡାଉନ ସମ୍ପୂର୍ଣ୍ଣ ଭାବେ ହଟିବ ନାହିଁ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ନେଇ କୁହାଯାଇଛି ।

ନିୟମ ମୁତାବକ, ଯେଉଁ ଜିଲ୍ଲାରେ ଆଠ ପ୍ରତିଶତ ବା ତା’ଠାରୁ କମ୍ ପଜିଟିଭ୍ ଚିହ୍ନଟ ହେବେ, ସେଠାରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିବ । ଏହାଛଡ଼ା ହୋଟେଲ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ସୁବିଧା ରହିବ । ଅପରପକ୍ଷେ, ଯେଉଁ ଜିଲ୍ଲାମାନଙ୍କରେ ସଂକ୍ରମଣ ଆଠ ପ୍ରତିଶତରୁ ଅଧିକ ଥିବ, ସେଠାରେ ଲକଡାଉନର କଠୋର କଟକଣା ଜାରି ରହିବ । କ୍ରମାଗତ ଭାବେ ଆଠ ପ୍ରତିଶତରୁ କମ୍ ସଂକ୍ରମଣ ଦେଖାଦେଲେ, ଲକଡାଉନ୍ ହଟାଇ ଦିଆଯିବ । ଜିଲ୍ଲାମାନଙ୍କରେ ୧୪୪ ଧାରା ଜାରି ହେବା ସହ ନାଇଟ୍ କର୍ଫ୍ୟୁ ଜିଲ୍ଲାପାଳ ନିଜ ଜିଲ୍ଲାରେ ଲାଗୁ କରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.