fbpx

TATA STEEL ଦେଉଛି ସ୍କଲାରଶିପ୍ ସୁଯୋଗ: ଗରିବ ପିଲାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ମେଧାବୀ ଛାତ୍ରଛାତ୍ରୀମାନେ ସର୍ବଦା ଏକ ଭଲ ସ୍କଲାରଶିପ ପାଇବାକୁ ଇଚ୍ଛୁକ ରହିଥାନ୍ତି । ବିଶେଷ କରି ଗରିବ ପରିବାରରୁ ଆସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରଶିପ୍ ଏକ ଉଲ୍ଲେଖନୀୟ ସଫଳତା ସଦୃଶ ହୋଇଥାଏ । ଭାରତରେ ଅନେକ ଟପ୍ ସଂସ୍ଥା ତରଫରୁ ବିଦ୍ୟାର୍ଥୀଙ୍କ ପାଠପଢ଼ା ପାଇଁ ସ୍କଲାରଶିପ୍ ପ୍ରଦାନ କରାଯାଇଥାଏ । ଏହି ସ୍କଲାରଶିପ ମାଧ୍ୟରେ ଅନେକ ପିଲାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ ।

ତେବେ ଟାଟା ଷ୍ଟିଲ ଡାଉନଷ୍ଟ୍ରିମ ପ୍ରଡକ୍ଟସ ଲିମିଟେଡ (ଟିଏସଡିପିଏଲ) ପକ୍ଷରୁ ସିଲଭର ଜୁବୁଲି ସ୍କଲାରଶିପ ପ୍ରୋଗ୍ରାମ ଅଧିନରେ ଛାତ୍ରଛାତ୍ରୀମାନେ ଏହି ଫାଇଦା ପାଇପାରିବେ । କମ୍ ଆୟଧାରୀ ପରିବାରରୁ ଆସିଥିବା ବିଦ୍ୟାର୍ଥୀମାନେ ଏହି ସ୍କଲାରଶିପ ମାଧ୍ୟମରେ ନିଜର ପାଠପଢ଼ା ଜାରି ରଖିପାରିବେ । ଏଥିପାଇଁ ପ୍ରାର୍ଥୀ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅତିକମରେ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ।

ପ୍ରାର୍ଥୀ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ନର୍ସିଂ, ଏମବିବିଏସ, ବିଡିଏସ, ପିଜି ମେଡିକାଲ କୋର୍ସ, ପାରାମେଡିକାଲ କୋର୍ସରେ ଫିଟର, ଇଲେକ୍ଟ୍ରିସିଆନ, ୱେଲଡର ଆଦି ଟ୍ରେଡସରେ ଆଇଟିଆଇ / ଡିପ୍ଲୋମା କରିଥିବା ଆବଶ୍ୟକ । ଆବେଦନକାରୀଙ୍କ ପରିବାରର ବାର୍ଷିକ ଆୟ ୫ ଲକ୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ଏହି ପ୍ରୋଗ୍ରାମ ଜରିଆରେ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କାର ସ୍କଲାରଶିପ୍ ପ୍ରଦାନ କରାଯିବ । ଏଥିପାଇଁ ଆଶାୟୀମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ ।

Get real time updates directly on you device, subscribe now.