୧୮ରେ ସ୍ଥଳଭାଗ ଛୁଇଁବ, ଏବେଠାରୁ ଭୟଙ୍କର ରୂପ ନେଲାଣି ‘ତଉକ୍ତେ’

ନୂଆଦିଲ୍ଲୀ, ୧୬ା୫: ଆରବ ସାଗରରେ ସୃଷ୍ଟି ହୋଇଥିବା ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ ଭୟଙ୍କର ହେବାରେ ଲାଗିଛି । ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା ୧୮ ତାରିଖରେ ଏହା ଗୁଜୁରାଟ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଏହି ସାମୁଦ୍ରିକ ଝଡ଼କୁ ଲକ୍ଷ୍ୟ ରଖି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ପକ୍ଷରୁ ବାତ୍ୟା ମୁକାବିଲା ନେଇ ପୂର୍ବ ପ୍ରସ୍ତୁତି କରାଯାଇଛି । ବାତ୍ୟା ପ୍ରଭାବରେ ଆଜି କେରଳରେ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ପ୍ରବଳ ବର୍ଷା ସହ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଗୁଜରାଟ, ଗୋଆ, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଓ ମହାରାଷ୍ଟ୍ରକୁ ଏନେଇ ସତର୍କ ଜାରି କରାଯିବା ସହ ଉକ୍ତ ଅଞ୍ଚଳମାନଙ୍କରେ ୫୦ରୁ ଅଧିକ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ମଙ୍ଗଳବାର ଦିନ ଅପରାହ୍ଣ କିମ୍ବା ସନ୍ଧ୍ୟା ସୁଦ୍ଧା ଏହା ଗୁଜରାଟର ପୋରବନ୍ଦର ଓ ନାଲିୟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments
Loading...