fbpx

Tax Slab ବଦଳିଯିବ! ଦୁଇଟି ବଦଳରେ ଲାଗୁ ହେବ ଗୋଟିଏ ଟ୍ୟାକ୍ସ ସିଷ୍ଟମ, ୭ ଲକ୍ଷ ଇନକମ୍ ଉପରେ ଲାଗୁ ହେବ ଟ୍ୟାକ୍ସ

ନୂଆଦିଲ୍ଲୀ: ଆସନ୍ତା ବର୍ଷର ବଜେଟ ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ବଜେଟ ହେବ । ଏହାପରେ ୨୦୨୪ ଫେବୃଆରୀ ମାସରେ ଅନ୍ତରୀଣ ବଜେଟ୍ ଆଗତ ହେବ । ତେବେ ସେହି ବର୍ଷ ନୂଆ ସରକାର ଗଠନ ପରେ ଜୁଲାଇରେ ଫୁଲ ଟାଇମ୍ ବଜେଟ ଆଗତ ହେବାର ସମ୍ଭାବନା ରହିଛି । ତେଣୁ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ପାଇଁ କିଛି ବଡ଼ ଘୋଷଣା କରିପାରନ୍ତି । ସରକାର ବଜେଟରେ କୃଷକଙ୍କ ଆୟ ଦୁଇଗୁଣ ବୃଦ୍ଧି, ସମସ୍ତଙ୍କୁ ଘର ମିଳିବା, ଅର୍ଥ ଆବଣ୍ଟନ ଆଦି ଉପରେ ଫୋସ୍ କରିପାରନ୍ତି ।

ବର୍ତ୍ତମାନ ଦେଶରେ ଦୁଇ ପ୍ରକାରର ଟ୍ୟାକ୍ସ ପ୍ରଣାଳୀ ରହିଛି । ପ୍ରଥମ ପ୍ରଣାଳୀକୁ ପୁରୁଣା ସିଷ୍ଟମ କୁହାଯାଏ, ଯେଉଁଥିରେ ୫ ଲକ୍ଷ ପର୍ଯ୍ୟନ୍ତ ଇନକମରେ କୌଣସି ପ୍ରକାରର ଟ୍ୟାକ୍ସ ଲାଗୁ ହୁଏ ନାହିଁ । ଏଥିସହିତ ୮୦ସି ଅଧିନରେ ୧.୫ ଲକ୍ଷ ଟଙ୍କାର ନିବେଶ ଉପରେ ଟ୍ୟାକ୍ସ ରିହାତି ମିଳିଥାଏ । ଏହି ହିସାବରେ ପାଖାପାଖି ୬.୫ ଲକ୍ଷ ରୋଜଗାର ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ୁନାହିଁ ।

ଏଥର ବଜେଟରେ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ହେବା ନେଇ ରାଜସ୍ୱ ସଚିବ ସଙ୍କେତ ଦେଇ ସାରିଛନ୍ତି । ବିଭିନ୍ନ ରିହାତି ବଦଳରେ ୬.୫ ଲକ୍ଷର ଇନକମ ଟ୍ୟାକ୍ସ ଛାଡ଼ ହେବା ସପକ୍ଷରେ ସେ ମତ ଦେଇଛନ୍ତି । ପୁରୁଣା ଟ୍ୟାକ୍ସ ସିଷ୍ଟମରେ ଲୋକଙ୍କୁ ଅଧିକ ଫାଇଦା ମିଳୁଥିଲା । ଏବେ ନୂଆ ଟ୍ୟାକ୍ସ ସିଷ୍ଟମକୁ ଅଧିକ ଲୋକପ୍ରିୟ କରିବା ପାଇଁ ସର୍ବନିମ୍ନ ଟ୍ୟାକ୍ସ ସ୍ଲାବ ୭ ଲକ୍ଷ କରାଯାଇପାରେ । ଏଥିପାଇଁ ଗଣିତ ହିସାବ ଚାଲିଛି । ସାଧାରଣ ଲୋକଙ୍କୁ କିପରି ଆଶ୍ୱସ୍ତି ମିଳିବ, କିପରି ଟ୍ୟାକ୍ସ କଲେକ୍ସନ ବଢ଼ିବ ତା’ ଉପରେ ଫୋକସ କରାଯିବାର ସମ୍ଭାବନା ରହିଛି ।

ତେବେ ଏହି ଟ୍ୟାକ୍ସ ପରିବର୍ତ୍ତନ ପୁରୁଣା ଟ୍ୟାକ୍ସ ସିଷ୍ଟମରେ କରାଯିବ ନାହିଁ । ଗତ ୨୦୨୦ରେ ଅଣାଯାଇଥିବା ଟ୍ୟାକ୍ସ ସିଷ୍ଟମ ଅନୁଯାୟୀ କିଛି ପରିବର୍ତ୍ତନ ହୋଇପାରେ । ସରକାରଙ୍କ ଆଶା ମୁତାବକ ଲୋକମାନେ ଏହି ଟ୍ୟାକ୍ସ ସିଷ୍ଟମକୁ ଆପଣାଇ ନାହାନ୍ତି । ତେଣୁ ସରକାର ନୂଆ ପ୍ରଣାଳୀ ମାଧ୍ୟମରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ପ୍ରୟାସ କରିବା ସହ ପୁରୁଣା ପ୍ରଣାଳୀକୁ ସମାପ୍ତ କରିବେ । ଏଭଳି ସ୍ଥିତିରେ କେବଳ ଗୋଟିଏ ଟ୍ୟାକ୍ସ ପ୍ରଣାଳୀ ଜାରି ରଖିବା ଯୋଜନା ଉପରେ କାର୍ଯ୍ୟ ଆଗକୁ ଆଗେଇପାରେ ।

Get real time updates directly on you device, subscribe now.