fbpx

ଏବେ ବି ଆସୁଛି TB ସଂକ୍ରମଣ ମାମଲା, ରୋଗୀଙ୍କ ଦେହରେ କାମ କରୁନି ଔଷଧ: ଜାଣନ୍ତୁ ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ବିଷୟରେ…

ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ଭାରତରେ ଟ୍ୟୁବରକ୍ୟୁଲୋସିସ ବା ଟିବି ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହାସ ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ କହିଛି ଯେ, ଗତ ୮ ବର୍ଷରେ ସଂକ୍ରମିତଙ୍କ ସଂଖ୍ୟାରେ ପ୍ରାୟ ୧୩ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ଏହାର ସଂକ୍ରମଣ ଏବଂ ଏହାର ଭୟାବହତା ଜାରି ରହିଛି । ଏହାଭିତରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ ବିଶେଷଜ୍ଞ ଟିବି ଉପରେ ଏକ ରିସର୍ଚ୍ଚ କରିଛି । ଏଥିରୁ ଜଣାଯାଇଛି ଯେ, ଟିବିର ଚିକିତ୍ସାରେ ବ୍ୟବହାର ହେଉଥିବା କିଛି ଔଷଧ ରୋଗୀଙ୍କ ଉପରେ ପ୍ରଭାବ ପକାଇବାରେ ବିଫଳ ହୋଇଛି ।

ମେଡିକାଲ ଭାଷାରେ ଏହି ସମସ୍ୟାକୁ ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି କୁହାଯାଏ । ଏହାର ଅର୍ଥ ଟିବି ବ୍ୟାକ୍ଟେରିଆ ଉପରେ ଏହି ରୋଗର କିଛି ଔଷଧ କାମ କରୁନାହିଁ । କାରଣ ଔଷଧ ବିପକ୍ଷରେ ଟିବିର ବ୍ୟାକ୍ଟେରିଆ ନିଜକୁ ବଞ୍ଚାଇ ରଖିଥାନ୍ତି ଏବଂ ସେମାନଙ୍କ ଉପରେ ପ୍ରଭାବ ପକାଇ ନଥାଏ । ସେହିପରି ଟିବି ଚିକିତ୍ସା ହେବା ପରେ ମଧ୍ୟ ରୋଗୀଙ୍କୁ ଆରାମ କିଳି ନଥାଏ । ଫଳରେ ସର୍ବୋତ୍ତମ ଚିକିତ୍ସା ପାଇଁ ଏହି ଔଷଧ ପରିବର୍ତ୍ତନ କରୁଛନ୍ତି ଡାକ୍ତର । ଏହି ହସ୍ପିଟାଲରେ କମ୍ୟୁନିଟି ମେଡିସିନ୍ ବିଭାଗ ପ୍ରଫେସର ଡା. ଯୁଗଳ କିଶୋର କହିଛନ୍ତି ଯେ, ସାଧାରଣତଃ ଟିବିର ଔଷଧ କୋର୍ସ ୬ କିମ୍ବା ୯ ମାସ ପର୍ଯ୍ୟନ୍ତ ହୋଇଥାଏ । ଟିବି ଜୀବାଣୁକୁ ଶେଷ କରିବା ପାଇଁ ଡାକ୍ତର ଆଣ୍ଟିବାୟୋଟିକ ଔଷଧ ଦେଇଥାନ୍ତି । ଏହାଦ୍ୱାରା ରୋଗ ଶେଷ ହୋଇଯାଏ, କିନ୍ତୁ ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ମାମଲାରେ ଏଭଳି ହୋଇନଥାଏ ।

ଔଷଧ ପ୍ରତିରୋଧକ ଟିବି ହେବାର ଅନେକ କାରଣ ରହିଛି । ଅନେକ ରୋଗୀ ଟିବି ରୋଗ ପାଇଁ ଚିକିତ୍ସାର ସମ୍ପୂର୍ଣ୍ଣ ପାଠ୍ୟକ୍ରମ ସମାପ୍ତ କରନ୍ତି ନାହିଁ । କିଛି ସମୟ ପରେ ସୁସ୍ଥ ଅନୁଭବ କରିବା ପରେ ସେମାନେ ଔଷଧ ଛାଡିଦିଅନ୍ତି । ତେଣୁ ଟିବି ଜୀବାଣୁ ଶରୀରରୁ ଦୂରେଇ ଯାଆନ୍ତି ନାହିଁ ଏବଂ ସେମାନଙ୍କର ଶକ୍ତି ବୃଦ୍ଧି ପାଇଥାଏ । ଏହାବ୍ୟତୀତ ଅନେକ ସମୟରେ ସ୍ୱାସ୍ଥ୍ୟକର୍ମୀ ଉପଯୁକ୍ତ ଔଷଧ ଲେଖନ୍ତି ନାହିଁ। ଫଳରେ ଔଷଧ ପ୍ରଭାବଶାଳୀ ହୋଇ ନଥାଏ କିମ୍ବା ଏହି ରୋଗ ଉପରେ ପ୍ରଭାବ ପକାଇବାରେ ବିଫଳ ହୋଇଥାଏ । ଏହାଦ୍ୱାରା ରୋଗୀ ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ରୋଗରେ ପୀଡ଼ିତ ହୋଇଥାନ୍ତି । କେତେକ କ୍ଷେତ୍ରରେ, ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ମଧ୍ୟ ହୋଇଯାଏ । ଏଥିରେ, ଟିବି ଜୀବାଣୁ ଏତେ ଶକ୍ତିଶାଳି ହୁଅନ୍ତି ଯେ, ଏହାକୁ ଦୂର କରିବା ପାଇଁ କୌଣସି ଔଷଧ କାମ କରେ ନାହିଁ । ଏହି ରୋଗୀମାନଙ୍କ ଜୀବନ ବଞ୍ଚାଇବା ସ୍ୱାସ୍ଥ୍ୟ ବିଭାଗ ବା ହସ୍ପିଟାଲ ପାଇଁ ବଡ଼ ଚାଲେଞ୍ଜ ଭାବରେ ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.