fbpx

ଟିସିଏସରେ ଶେଷ ହେଉଛି ୱାର୍କ ଫ୍ରର୍ମ ହୋମ୍!୧ ଅକ୍ଟୋବରରୁ ସପ୍ତାହରେ ୫ ଦିନ ଅଫିସ୍ ଯିବେ କର୍ମଚାରୀ

ନୂଆଦିଲ୍ଲୀ: ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ରେ ହାଇବ୍ରିଡ୍ କାର୍ଯ୍ୟ ୧ ଅକ୍ଟୋବର ୨୦୨୩ ରୁ ଶେଷ ହୋଇପାରେ । ସପ୍ତାହରେ ପାଞ୍ଚ ଦିନ ଅଫିସରେ ଯୋଗଦେବାକୁ କମ୍ପାନୀ ଏକ ଇଣ୍ଟରନାଲ ଇ-ମେଲ ମାଧ୍ୟମରେ ନିଜର କର୍ମଜୀବୀଙ୍କୁ କହିଛି । ଏହା ହେଉଛି ଏକ ସଙ୍କେତ ଯେ ଆଇଟି କ୍ଷେତ୍ର ଏହାର ୱାର୍କ ଫ୍ରର୍ମ ହୋମ ନୀତିକୁ ପରିବର୍ତ୍ତନ କରିବାକୁ ଯାଉଛି ।

ଇଂରାଜୀ ଆର୍ଥିକ ପୋର୍ଟାଲ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଟିସିଏସ୍ ର ବିଭିନ୍ନ ବିଭାଗର ପରିଚାଳକମାନେ ସେମାନଙ୍କ କର୍ମଚାରୀମାନଙ୍କୁ ଇ-ମେଲରେ ସପ୍ତାହରେ ପାଞ୍ଚ ଦିନ ଅଫିସରୁ କାମ କରିବାକୁ କହୁଛନ୍ତି । ତଥାପି ଉତ୍ସରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଟିସିଏସ ହାଇବ୍ରିଡ୍ ନୀତି ଏବଂ ନମନୀୟତା ମଧ୍ୟ ଗ୍ରହଣ କରିବ ଯାହା ଦ୍ୱାରା ଆବଶ୍ୟକ ସମୟରେ କିଛି ବ୍ୟତିକ୍ରମ କରାଯାଇପାରିବ ।

ଟିସିଏସର ପୂର୍ବ ଆଭିମୁଖ୍ୟରୁ ଏହା ଏକ ବଡ ପରିବର୍ତ୍ତନ, ଯେଉଁଥିରେ କୁହାଯାଇଛି ଯେ ସେପ୍ଟେମ୍ବର ୨୦୨୨ ରୁ କର୍ମଚାରୀମାନେ ରୋଷ୍ଟର ଅନୁସରଣ କରିବେ ଏବଂ ସପ୍ତାହରେ ତିନି ଦିନ ଅଫିସରେ ରହିବା ଆବଶ୍ୟକ । କର୍ମଚାରୀମାନେ ଯଦି ଏହି ରୋଷ୍ଟର ଅନୁସରଣ ନକରନ୍ତି ତେବେ ଏହାର ପରିଣାମର ସମ୍ମୁଖୀନ ହେବାକୁ ଚେତାବନୀ ଦେଇଥିଲା କମ୍ପାନୀ ।

ସୂଚନାନୁସାରେ, ସମସ୍ତ ଦଳକୁ ଇମେଲ ପଠାଯାଇ ନାହିଁ ଏବଂ ଏହାକୁ ଅଲଗା ଅଲଗା ଉପାୟରେ ପଠାଯାଉଛି । ଟିସିଏସ ମନି କଣ୍ଟ୍ରୋଲର ପ୍ରଶ୍ନ ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଛି କି, କମ୍ପାନୀ ‘ଏହି ସମୟରେ ସାଇଲେଣ୍ଟ ପିରିୟଡ’ରେ ରହିଛି ।

Get real time updates directly on you device, subscribe now.