fbpx
BJD SKY
BJD SKY

ଯେତେ ସୁନ୍ଦର ସେତେ ଦାମ୍ ଅଧିକ… ଏହି ମାର୍କେଟରେ ନିଲାମ ହୁଅନ୍ତି ମହିଳା, ଜାଣନ୍ତୁ କେଉଁଠି…

BJD

ଆଜି ପର୍ଯ୍ୟନ୍ତ ଆପଣ ଅନେକ ପ୍ରକାରର ବଜାର ଦେଖିଥିବେ ନିଶ୍ଚୟ । ପନିପରିବା ବଜାରଠାରୁ ଆରମ୍ଭ କରି ଡ୍ରେସ୍, ଖାଦ୍ୟ ଶସ୍ୟ ତଥା ଅନ୍ୟାନ୍ୟ ଜିନିଷ ବିକ୍ରି ହେଉଥିବା ବଜାର ଦେଖିଥିବେ । କିନ୍ତୁ ଆମେ ଆପଣଙ୍କୁ କହିବୁ ଶସ୍ତାରେ ଯୁବତୀ ବିକ୍ରି ହେଉଥିବା ବଜାର ବିଷୟରେ । ଅଶ୍ଚର୍ଯ୍ୟ ଲାଗିଲେବି ଘଟଣାଟି ସତ । ଏଭଳି ଏକ ମାର୍କେଟ୍ ରହିଛି ଯେଉଁଠି ବିକ୍ରି ହେଉଛନ୍ତି ଯୁବତୀ । ଏହି ବଜାରରେ ଅର୍ଥ ଦେଇ ନିଜ ପସନ୍ଦର କନ୍ୟା କିଣନ୍ତି ଯୁବକ । ଯେତେ ଦାମୀ ସେତେ ସୁନ୍ଦରୀ କନ୍ୟା । ତେବେ କେଉଁଠି ରହିଛି ଏଭଳି ମାର୍କେଟ୍? ଆସନ୍ତୁ ଜାଣିବ ।

ବୁଲଗେରିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଯୁବତୀମାନେ ବିକ୍ରି ହୁଅନ୍ତି । ଏହି ମାର୍କେଟକୁ ବ୍ରାଇଡ୍ ମାର୍କେଟ୍ ବା କନ୍ୟା ବଜାର କୁହାଯାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବଜାର ସମ୍ପୂର୍ଣ୍ଣ ଭାବେ ଆଇନଗତ । ଏହି ବଜାରକୁ ଯାଇ ଯୁବକମାନେ ନିଜ ପସନ୍ଦର ପତ୍ନୀ କିଣନ୍ତି । ବୁଲଗେରିଆର ଷ୍ଟାରା ଜାଗୋର ନାମକ ଏକ ସ୍ଥାନରେ ରହିଛି ଏହି ମାର୍କେଟ । ପୁରୁଷ ନିଜ ପରିବାର ସହିତ ଏହି ସ୍ଥାନକୁ ଆସି ନିଜ ପସନ୍ଦର ଝିଅ ବାଛନ୍ତି । ଆଉ ଝିଅ ପସନ୍ଦ କରିବା ପରେ ପରିବାର ସଦସ୍ୟଙ୍କ ମୂଲ୍ୟ ନିର୍ଦ୍ଧାରଣ କରନ୍ତି ।

ଝିଅର ପରିବାର ଲୋକେ ମୂଲ୍ୟରେ ସନ୍ତୁଷ୍ଟ ହେଲେ ଝିଅକୁ ବିକ୍ରି କରାଯାଏ । ରେଟ୍ ଫାଇନାଲ ହେବା ପରେ ଯୁବତୀଙ୍କୁ ଘରକୁ ନେଇ ପତ୍ନୀର ମାନ୍ୟତା ଦିଅନ୍ତି ସଂପୃକ୍ତ ଯୁବକ । ବଡ କଥା ହେଉଛି ଯେଉଁ ଯୁବତୀଙ୍କ ଆର୍ôଥକ ପରିସ୍ଥିତି ଖରାପ ସେମାନେ ମୁଖ୍ୟତଃ ଏହି ବଜାରରେ ଆସି ନିଜକୁ ବିକ୍ରି କରିଥାନ୍ତି । ଯେଉଁ ବାପା-ମା ନିଜ ଝିଅ ବିବାହ କରିବାକୁ ଅସମର୍ଥ ସେମାନେ ଝିଅକୁ ନେଇ ଏହି ବଜାରକୁ ଆସନ୍ତି । ଆଉ ଯେଉଁ ଯୁବକଙ୍କୁ ଯୁବତୀଙ୍କ ଆବଶ୍ୟକତା ଥାଏ ସେମାନେ ଏଠାକୁ ଆସି ଉପଯୁକ୍ତ ମୂଲ୍ୟ ଦେଇ ଝିଅକୁ ନିଅନ୍ତି ।

ବୁଲଗେରିଆରେ ଏଭଳି ପରମ୍ପରା ଏବେକାର ନୁହେଁ । ବର୍ଷ ବର୍ଷ ଧରି ପିଢି ପରେ ପିଢି ଏହା କରିଆସୁଛନ୍ତି । ଯେଉଁ ଯୁବତୀ ପୂର୍ବରୁ ବିବାହ କରିନଥିବେ ସେମାନଙ୍କୁ ମୂଲ୍ୟ ଅଧିକ । ପୂର୍ବରୁ ବିବାହ କରିଥିଲେ କମ୍ ଦାମରେ ବିକ୍ରି ହେବାକୁ ପଡେ । ଆଉ ଏଠାରେ ପତ୍ନୀ କିଣିବାକୁ ଅନେକ ଗୁଡିଏ ନିୟମ ମଧ୍ୟ ରହିଛି । ଯାହାକୁ କି ପାଳନ କରିବା ଅପରିହାର୍ଯ୍ୟ । ଯେପରିକି ଯେଉଁ ଯୁବକ ଝିଅଙ୍କୁ କିଣିବେ ସେ ସମାନ ସମ୍ପ୍ରଦାୟର ହୋଇଥିବା ଆବଶ୍ୟକ । ଆଉ ଝିଅ ଗରିବ ହୋଇଥିବା ଆବଶ୍ୟକ । ଆର୍ôଥକ ଦୃଷ୍ଟିରୁ ଯେଉଁମାନେ ସ୍ୱଚ୍ଛଳ ସେମାନେ ନିଜ ଝିଅକୁ ଏଠାରେ ବିକ୍ରି କରିନଥାନ୍ତି । ଆଉ ଥରେ ଯୁବତୀଙ୍କୁ କିଣିବା ପରେ ତାଙ୍କୁ ପତ୍ନୀଙ୍କ ମାନ୍ୟତା ଦେବା ବାଧ୍ୟତାମୂଳକ କରାଯାଇଛି ।

 

Get real time updates directly on you device, subscribe now.