fbpx

ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ: ଦିନିକିଆ ସିରିଜ ପାଇଁ ନୂଆ କୋଚଙ୍କୁ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ନୂଆ କୋଚଙ୍କ ନାମ ଘୋଷଣା କରାଯାଇଛି । ରାହୁଲ ଦ୍ରାବିଡ଼ ଏହି ସିରିଜ ପାଇଁ କୋଚିଂ କରିବେ ନାହିଁ । ତାଙ୍କ ସ୍ଥାନରେ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ସହ ଜଡ଼ିତ ଜଣେ ଅଭିଜ୍ଞ ବ୍ୟକ୍ତି ଦାୟିତ୍ୱ ବହନ କରିବେ । ନିକଟରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ୧-୧ରେ ସମାପ୍ତ ହୋଇଥିଲା ।

ସୂଚନା ମୁତାବକ, ଡିସେମ୍ବର ୧୭, ଡିସେମ୍ବର ୧୯ ଓ ଡିସେମ୍ବର ୨୧ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ମାତ୍ର ତା’ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ରାହୁଲ ଦ୍ରାବିଡ଼ ଦିନିକିଆ ସିରିଜ ପାଇଁ କୋଚ ଦାୟିତ୍ୱରେ ରହିବେ ନାହିଁ । ତାଙ୍କ ସ୍ଥାନରେ ଏନସିଏର ସିତାଂଶୁ କୋଟକଙ୍କ କୋଚିଂ ଦାୟିତ୍ୱ ସମ୍ଭାଳିବେ । ତେବେ ଦ୍ରାବିଡ଼ ଏହି ସିରିଜରେ ସାମିଲ ହେଉନଥିଲେ ହେଁ ସେ ଓ ତାଙ୍କର କୋଚିଂ ଟିମ୍ ଏହି ସିରିଜ୍ ଉପରେ ନଜର ରଖିବେ ବୋଲି ଜଣାପଡ଼ିଛି ।

ଦିନିକିଆ ସିରିଜ୍ ସରିବା ପରେ ଭାରତ ଡିସେମ୍ବର ୨୬ ଓ ଜାନୁଆରୀ ୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ତେବେ ଦାବିଡ ଟେଷ୍ଟ କ୍ରିକେଟ ଉପରେ ଅଧିକ ଫୋକସ୍ କରିବେ ବୋଲି କୁହାଯାଉଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟସ ଟେବୁଲର ଟପ୍ ସ୍ଥାନ ପାଇଁ ଟିମ୍ ଇଣ୍ଡିଆ ଉଚ୍ଚକୋଟୀର ପ୍ରଦର୍ଶନ କରିବା ଲକ୍ଷ୍ୟରେ ଦ୍ରାବିଡ଼ ଦିନିକିଆ ଦାୟିତ୍ୱରୁ ଓହରି ଯାଇଥିବା ଜଣାପଡ଼ିଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିବାକୁ କଠିନ ପ୍ରୟାସ କରିବ । ଗତ ୨୦୨୧-୨୨ ସିରିଜରେ ଭାରତ ପ୍ରଥମ ଟେଷ୍ଟ ଜିତିଥିଲେ ହେଁ ପରବର୍ତ୍ତୀ ୨ଟି ଟେଷ୍ଟରେ ପରାଜୟର ସାମ୍ନା କରିଥିଲା ।

Get real time updates directly on you device, subscribe now.