fbpx
BSKY SKY
BSKY SKY

ବାରମ୍ବାର ପ୍ୟାଣ୍ଟରେ ପରିସ୍ରା କରୁଥିଲା ୩ ବର୍ଷର ବାଳକ, ରାଗରେ ଗୁପ୍ତାଙ୍ଗ ଜାଳିଦେଲେ ଅଙ୍ଗନୱାଡ଼ି ଶିକ୍ଷକ

BSKY

ଛାତ୍ରମାନେ ଯଦି କୌଣସି ଭୁଲ୍ କରନ୍ତି, ତାହେଲେ  ଶିକ୍ଷକମାନେ ଦଣ୍ଡ ଦେଇଥାନ୍ତି । ଅବଶ୍ୟ, ଏବେ ଦଣ୍ଡ ଦେବା ଉପରେ ନେଇ ଅନେକ ନିୟମ ରହିଛି । କିନ୍ତୁ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠାରେ ଜଣେ ଅଙ୍ଗନୱାଡ଼ି ଶିକ୍ଷକ ଜଣେ ୩ ବର୍ଷର ବାଳକୁ ଦଣ୍ଡ ଦେବାକୁ ଯାଇ ତା’ର ଗୁପ୍ତାଙ୍ଗ ପୋଡ଼ିଦେଇଛନ୍ତି ।

କର୍ଣ୍ଣାଟକ ଟୁମକୁର ଜିଲ୍ଲାର ଗୋଡକେରୀର ଏକ ଅଙ୍ଗନୱାଡ଼ି କେନ୍ଦ୍ରର ଜଣେ ୨୮ ବର୍ଷୀୟ ସହାୟକ ଶିକ୍ଷକ ୩ ବର୍ଷର ବାଳକୁ ଦଣ୍ଡ ଦେବାକୁ ଯାଇ ତା’ର ଗୁପ୍ତାଙ୍ଗ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି । ତାହାବି ପୁଣି ସାମାନ୍ୟ କାରଣକୁ ନେଇ । କାରଣ ହେଉଛି ପିଲାଟି ବାରମ୍ବାର ପ୍ୟାଣ୍ଟରେ ପରିସ୍ରା କରୁଥିଲା । ତେବେ ପିଲାଟିକୁ ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ ଚିକିତ୍ସା ପରେ ପିଲାଟିକୁ ଡିସଚାର୍ଜ କରାଯାଇଛି ।

ମାମଲାକୁ ନେଇ ପରିବାର ଲୋକ ପୋଲିସରେ ଏତଲା ଦେଇଛନ୍ତି । ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ଜଣଙ୍କ ପିଲାର ଗୁପ୍ତାଙ୍ଗଙ୍କୁ ନିଆଁ ଲଗାଇ ଦେଇଥିଲେ କାରଣ ସେ ବାରମ୍ବାର ପ୍ୟାଣ୍ଟରେ ପରିସ୍ରା କରୁଥିଲା । ସେପଟେ ଅଭିଯୁକ୍ତ ଶିକ୍ଷକ ଜଣକ ପିଲାକୁ ଦିଆସିଲି କାଠି ଦେଖାଇ ଡରାଇବାକୁ ଚେଷ୍ଟା କରୁଥିଲେ ବୋଲି କହିଥିଲେ ଆଉ କ୍ଷମା ମାଗି ମାମଲା ସାମାଧାନ କରିବାକୁ ଚାହିଥିଲେ । କିନ୍ତୁ ଶିଶୁର ପରିବାର ଲୋକ କଡ଼ା ପଦକ୍ଷେପ ନେବା ସହ ଏଫଆଇଆର କରିଥିଲେ ।

ପୋଲିସର କହିବା ଅନୂଯାୟୀ ଅଙ୍ଗନୱାଡ଼ି କେନ୍ଦ୍ରର ଆସିଷ୍ଟାଣ୍ଟ ଟିଚରଙ୍କୁ ଜୁଭେନାଇଲ ଜଷ୍ଟିସ ଆକ୍ଟ ୨୦୧୫ ଆଇପିସି ଧାରା ୨୮୫ ଅନୂଯାୟୀ ଗିରଫ କରାଯାଇଛି ।

 

Get real time updates directly on you device, subscribe now.