fbpx

ଆସନ୍ତା ଡିସେମ୍ବର ୧୮ରେ ହେବ ଶିକ୍ଷକ କ୍ଲଷ୍ଟର ଶିଳାନ୍ୟାସ

ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ଆସନ୍ତା ଡିସେମ୍ବର ୧୮ ତାରିଖରେ ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ ହେବ । କ୍ଲଷ୍ଟରରେ ଶିକ୍ଷକ ରହି ସ୍ଥାନୀୟ ଅଞ୍ଚଳରେ ପାଠ ପଢ଼ାଇବେ । ପୂର୍ବରୁ ସ୍କୁଲକୁ ଯାତାୟତ ଅସୁବିଧା ଯୋଗୁଁ ପାଠପଢ଼ାରେ ବାଧାପ୍ରାପ୍ତ ଉପୁଜିଥିଲା । ଏନେଇ ଏହିପରି ବ୍ୟବସ୍ଥା କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି ।

ସ୍ୱାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହେବ ଶିକ୍ଷକ କ୍ଲଷ୍ଟର । ଏହା ଦ୍ୱାରା ୭ପଞ୍ଚାୟତର ସ୍କୁଲ ଉପକୃତ ହେବେ । ପ୍ରଥମ ପର୍ଯ୍ୟାୟରେ ୧୫ଜଣ ଶିକ୍ଷକ ରହିବାର ସୁବିଧା ହେବ । ଏଥି ପାଇଁ ୮କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.