ସ୍କୁଲରେ ରାସଲୀଳା କରୁଥିଲେ ଶିକ୍ଷୟିତ୍ରୀ! 21 ଜଣ ଛାତ୍ରଙ୍କ ସହିତ କରୁଥିଲେ Sex, ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ମାମଲା

 ନୂଆଦିଲ୍ଲୀ: ସ୍କୁଲ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଙ୍କ ଶାରୀରିକ ସମ୍ପର୍କ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ଏହି ଅଭିଯୋଗରେ ଶିକ୍ଷୟିତ୍ରୀଙ୍କୁ 25 ବର୍ଷ ଜେଲ ଦଣ୍ଡ ଶୁଣାଇ ଦିଆଯାଇଛି । 12 ବର୍ଷୀୟ ଛାତ୍ରଜଣକ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଗର୍ଭବତୀ କରିଥିବା ଜଣାପଡିଛି । ଡିଏନଏ ରିପୋର୍ଟ ଦ୍ବାରା ଏହାର ଖୁଲାସା କରାଯାଇଛ । 4ର୍ଥ ଶ୍ରେଣୀରେ ପଢୁଥିଲ୍ ଛୀତ୍ରଜଣକ । ତେବେ ଶିକ୍ଷୟିତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ଅନୁସାରେ ସ୍କୁଲର ଶିକ୍ଷୟିତ୍ରୀଜଣକ 21 ଜଣ ଛାତ୍ରକୁ ନିଜ ଫାଶରେ ଫସାଇଥିଲେ । ଏହି  ଛାତ୍ରମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । 21ଜଣ ଛାତ୍ରଙ୍କ ମଧ୍ୟରୁ 5 ଜଣଙ୍କ ସହିତ ତାଙ୍କର ସମ୍ପର୍କ ରହିଥିବା ନେଇ ସେ ସ୍ବୀକାର ମଧ୍ୟ କରିଛନ୍ତି । ଏହି ସମସ୍ତ ଛାତ୍ରମାନେ 10 ରୁ 13 ବର୍ଷ ବୟସ ବର୍ଗର ରହିଥିଲେ । ସର୍କିଟ କୋର୍ଟର ଜଜ୍ ବ୍ଲେକ୍ ନେଲ୍ ମ୍ୟାକକାମନ ପାଞ୍ଚଜଣ ଛାତ୍ରଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ 25 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ବେତନ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ଦୋଷମୁକ୍ତ ହେବା ପରେ ମଧ୍ୟ ସେ କୌଣସି ପୀଡିତା ସହିତ ସାକ୍ଷାତ କରିପାରିବେ ନାହିଁ ବୋଲି କୁହାଯାଇଛି । ତେବେ ସ୍କୁଲରେ ଶିକ୍ଷୟୁତ୍ରୀଜଣକ କିଭଳି ଏପରି କରିପାରିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଚର୍ଚ୍ଚା ବଢିବାରେ ଲାଗିଛି ।