fbpx
BJD SKY
BJD SKY

(Video)ସମୟରେ ସ୍କୁଲ ନଆସିବାରୁ ଛାତ୍ରୀଙ୍କୁ ଟଏଲେଟ ସଫା କରାଇଲେ ଶିକ୍ଷକ: ଭିଡିଓ ଭାଇରାଲ ପରେ ହଙ୍ଗାମା

BJD

ନୂଆଦିଲ୍ଲୀ: କର୍ଣ୍ଣାଟକର ଗଡଗ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ନାଗଭି ବିଦ୍ୟାଳୟରେ ଛାତ୍ରୀମାନେ ଶୌଚାଳୟ ସଫା କରୁଥିବା ଦେଖିବାକୁ ମିଳିଛି । ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ସେଠାକାର ରୋଷେୟା ଦ୍ୱାରା ସେୟାର କରାଯାଇଥିବା ଜଣାପଡିଛି । ଭିଡିଓକୁ ରୋଷେୟା ୧୨ ଜୁଲାଇରେ ବିଜୟଲକ୍ଷ୍ମୀ ଚଲାବଡି ଭାବରେ ସୁଟ୍ କରିଥିଲା ।

ଏହି ଘଟଣା ଗଡଗର ନାଗଭିସ୍ଥିତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଛି । ୬ରୁ ୭ ଜଣ ଛାତ୍ରୀ ସ୍କୁଲ ଶୌଚାଳୟ ସଫା କରୁଥିବାର ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ଗଡାଗର ଶିକ୍ଷା ବିଭାଗ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ।

ଛାତ୍ରୀଙ୍କ ପିତାମାତା ଅଭିଯୋଗ କରିଛନ୍ତି ଯେ, ଠିକ୍ ସମୟରେ ସ୍କୁଲରେ ନପହଞ୍ଚିବାରୁ ସ୍କୁଲ ପ୍ରଶାସନ ତାଙ୍କୁ ଶୌଚାଳୟ ସଫା କରିବାକୁ କହିଥିଲା । ଶିକ୍ଷା ବିଭାଗ ମଧ୍ୟ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ।

ରିପୋର୍ଟ ଅନୁଯାୟୀ, ରୋଷେଇ ବିଜୟଲକ୍ଷ୍ମୀ କହିଛନ୍ତି ଯେ, ‘ମୁଁ ଯେତେବେଳେ ସ୍କୁଲରେ ଥିଲି, ସେତେବେଳେ ଛାତ୍ରମାନେ ଶୌଚାଳୟ ସଫା କରିବା ପାଇଁ ବାଲ୍ଟି ଝାଡ଼ୁ ପାଇଁ ମୋ ପାଖକୁ ଆସିଥିଲେ । ଛାତ୍ରମାନେ ମୋତେ କହିଥିଲେ ଯେ ଶିକ୍ଷକମାନେ ସେମାନଙ୍କୁ ଏପରି କରିବାକୁ କହିଛନ୍ତି । ମୋତେ ଏହା ଠିକ୍ ଲାଗିଲାନି । ଫଳରେ ମୁଁ ମୋ ମୋବାଇଲ୍ କ୍ୟାମେରାରେ ଏହି ଘଟଣାକୁ ରେକର୍ଡ କରି ହ୍ୱାଟ୍ସଆପରେ ସେୟାର କଲି ।’

Get real time updates directly on you device, subscribe now.