fbpx

ବାବୁସାନଙ୍କ ପ୍ରତିକ୍ରିୟାକୁ ନେଇ ଉତ୍ତର ରଖିଲେ ମାଆ ଅପରାଜିତା: ୨ ଦିନ ମାଗିଲେ ସମୟ

ଭୁବନେଶ୍ୱର: ଥମୁନି ବାବୁସାନ-ପ୍ରକୃତି ପ୍ରସଙ୍ଗରେ ଷ୍ଟାର କଳି । ଦିନକୁ ଦିନ ବାବୁସାନଙ୍କ ସମ୍ପର୍କର ସୂତାଖିଅ ଆହୁରି ଛନ୍ଦି ହୋଇ ଯାଉଛି । ତେବେ ଉଭୟ ଚେନ୍ନାଇ ଯିବା ପରେ ରାଜ୍ୟରେ ସେମାନଙ୍କ ସମ୍ପର୍କକୁ ନେଇ ମାମଲା ଖୁବ ସରଗରମ ହୋଇଛି । ତେବେ ଏସବୁ ଭିତରେ ଆଜି ଚେନ୍ନାଇରୁ ଫେରି ଘରେ ପହଞ୍ଚିଛନ୍ତି ଅଭିନେତା ବାବୁସାନ । ସେପଟେ ତାଙ୍କ ମୁହଁରୁ ସତ ଏବଂ ତାଙ୍କର ପ୍ରତିକ୍ରିୟାକୁ ସାରା ରାଜ୍ୟ ଅପେକ୍ଷା କରି ରହିଛି । କିନ୍ତୁ ପ୍ରତିକ୍ରିୟା ପାଇଁ ୨ ଦିନ ସମୟ ମାଗିଛନ୍ତି ବାବୁଙ୍କ ମାଆ ଅପରାଜିତା ।

ବାବୁସାନ ଚେନ୍ନାଇରୁ ଘରକୁ ଫେରିବା ପରେ ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସମସ୍ତଙ୍କ ସାହାଯ୍ୟ, ସହଯୋଗ ବିନା ପୁଅ ଆସିଥାନ୍ତା କି ନାହିଁ, ସେ ନେଇ ମଧ୍ୟ ଅପରାଜିତାଙ୍କ ମନରେ ସନ୍ଦେହ ସଫା ଝଲସୁଥିବା ଦେଖାଯାଇଛି । ତେବେ ବାବୁସାନ ଏବେ ବିଶ୍ରାମ କରୁଥିବା ବେଳେ ପ୍ରତିକ୍ରିୟା ନିଶ୍ଚୟ ଦେବେ ବୋଲି ଅପରାଜିତା ଆଶ୍ୱାସନା ଦେଇଛନ୍ତି । ଟ୍ରାଭେଲ ପରେ ବାବୁ ଏବେ ଟାୟାର୍ଡ ଥିବାରୁ ରେଷ୍ଟ ନେଉଥିବା ଅପରାଜିତା ପ୍ରକାଶ କରିଛନ୍ତି ।

୨ ଦିନ ପରେ ସମସ୍ତଙ୍କୁ ବାବୁସାନ ନିଜ ମନର କଥା କହିବେ ବୋଲି କହିଛନ୍ତି ଅପରାଜିତା ମହାନ୍ତି । ବାବୁସାନ ନିଶ୍ଚୟ ସତ କହିବେ ଏବଂ ମନର ସମସ୍ତ ଯନ୍ତ୍ରଣା କହିବେ ବୋଲି ଆଶା ରଖିଛନ୍ତି କୋଟି କୋଟି ସିନେପ୍ରେମୀ ।

Get real time updates directly on you device, subscribe now.