fbpx

ପ୍ରକାଶ ପାଇଲା ଯୁକ୍ତଦୁଇ ରେଜଲ୍ଟ, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ପ୍ରକାଶ ପାଇଲା ଯୁକ୍ତଦୁଇ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଆଜି ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଛି । ତେବେ ଏକ ସପ୍ତାହ ପରେ ଯୁକ୍ତ ଦୁଇ କଳା ରେଜଲ୍ଟ ଆସିବ । ଆଜି ଅପରାହ୍ଣ ୪ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ ।

ଆଜି ଗଣଶିକ୍ଷା ମନ୍ତ୍ରୀ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟର ଆନୁଷ୍ଠାନିକ ରେଜଲ୍ଟ ଘୋଷଣା କରିଛନ୍ତି । ବିଜ୍ଞାନରେ ୯୪.୧୨ ଓ ବାଣିଜ୍ୟରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଆସନ୍ତା ମାସ ୮ ତାରିଖରେ ଯୁକ୍ତଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ନିଜ ନିଜର ପରୀକ୍ଷାର ରେଜଲ୍ଟ www.orissaresults.nic.in ୱେବସାଇଟକୁ ଯାଇ ଜାଣିପାରିବେ । ଏହାଛଡ଼ା ରେଜଲ୍ଟ କଲେଜର ସାମ୍ସ ଇସ୍ପେସରେ ମଧ୍ୟ ଉପଲବ୍ଧ ହେବ ।

ଏଥର ବିଜ୍ଞାନର ୭୮ ହଜାର ୭୭ ଜଣ ଓ ବାଣିଜ୍ୟର ୨୪ ହଜାର ୧୩୬ ଜଣ ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷ ପରୀକ୍ଷାର୍ଥୀଙ୍କର ରେଜଲ୍ଟ ପ୍ରକାଶ ପାଇଛି । ଏଥିପାଇଁ ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ଯୁକ୍ତଦୁଇ ପରୀକ୍ଷା ଦେଇଥିଲେ । କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ମୂଲ୍ୟାୟନ ପାଇଁ ଦୁଇପ୍ରକାରର ପଦ୍ଧତି ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.