fbpx
BSKY
BJD SHG SKY
BJD YOUTH SKY

ପୁଣି ଏକାଧିକ ଦାବି ନେଇ ୭ ତାରିଖରୁ ଧାରଣାକୁ ଓହ୍ଲାଇବେ ଶିକ୍ଷକ

ଓଡ଼ିଶା ଭାସ୍କର: ଏକାଧିକ ଦାବି ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପୁଣି ଧାରଣାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି। ଅନୁଦାନ ପାଉନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହ ଅବସର ନେଉଥିବା ଶିକ୍ଷକଙ୍କୁ ପେନସନ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ବେତନ ପ୍ରଦାନ ଭଳି ୨୧ଟି ଦାବି ନେଇ ଧାରଣାକୁ ଓହ୍ଲାଇବ ସଂଘ। ତେବେ ଏହି ଧାରଣାରେ ଆସନ୍ତା ୭ ତାରିଖ ଠାରୁ ୩୦ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସୂଚନା ଥାଉକି, ପୂର୍ବରୁ ୩ ଥର ସରକାରଙ୍କ ସହ ଏହି ସବୁ ଧାରଣା ନେଇ ଆଲୋଚୋନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ସବୁଥର ସରକାର ଏହି ପ୍ରତିଶ୍ରୁତି ରଖିବା ପାଇଁ ଆଶ୍ଵାସନା ଦେଇଛନ୍ତି। ହେଲେ ପୁଣି ଏହାକୁ ଫଳପ୍ରଦ କରିବାରେ ସକ୍ଷମ ହୋଇନାହାନ୍ତି ବୋଲି ଓଷ୍ଟାର ସାଧାରଣ ସଂପାଦକ ରଂଜନ କୁମାର ଦାସ ଗଣମାଧ୍ୟମକୁ କହିଛନ୍ତି।

Get real time updates directly on you device, subscribe now.