fbpx

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା: ଗାଧେଇବା ବେଳର ଫଟୋ ଉଠାଉଥିଲେ ହେଡ୍ ସାର୍ [Video]

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁରୁ ଏବଂ ଶିଷ୍ୟର ସଂପର୍କରେ ଲାଗିଲା କଳଙ୍କ ଛିଟା । ବିଦ୍ୟାଳୟ ଭିତରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ବା ଅଶାଳୀନ ମନ୍ତବ୍ୟ ଦେବା ସହିତ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଦେଲେ ଧମକ । ତାହା ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ମେଟ୍ରୋନ୍ । ଏଭଳି ଘଟଣା ଘଟିଛି ଉଦଳା ଥାନା ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ । ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ କିଛି ଦିନ ପାଇଁ ବିଦ୍ୟାଳୟ ଆସି ନ ଥିଲେ । ଯେବେ ସେ ବିଦ୍ୟାଳୟକୁ ଫେରିଥିଲେ ସେତେବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ରଜମୋହନ ମାଝୀ ଏବଂ ମେଟ୍ରୋନ୍ ଜୟନ୍ତୀ ପାତ୍ର ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିଲେ ।

ଏହା ସହିତ ଏ ବାବଦରେ ବାହାରେ କାହାକୁ ନ ଜଣାଇବାକୁ କହିବା ସହିତ ଯଦି ଛାତ୍ରୀ ଜଣକ ଏ ବାବଦରେ ବାହାରେ ଜଣାଏ ତେବେ ଛାତ୍ରୀର ଅଶ୍ଳୀଳ ଫଟୋ ବା ଗାଧୋଇବା ସମୟର ଫଟୋ ଭାଇରାଲ କରିଦେବାର ଧମକ ଦେଇଥିଲେ ପ୍ରଧାନଶିକ୍ଷକ ଏବଂ ମେଟ୍ରୋନ୍ । ଯାହାକୁ ନେଇ ନାବାଳିକା ଛାତ୍ରୀର ପରିବାର ଲୋକେ ଏବେ ଉଦଳା ଥାନାରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଏ ବାବଦରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେବେ ନାହିଁ ବୋଲି କହିବା ସହିତ ଯାହା ପ୍ରତିକ୍ରିୟା ଦେବେ ତାଙ୍କ ଅଫିସ୍ରେ ଦେବେ ବୋଲି କହିଛନ୍ତି । ମେଟ୍ରୋନ୍ ଏ ବାବଦରେ ପଚାରିବାରୁ ସେ ଗଣମାଧ୍ୟମ ଆଗରେ ହାତ ଯୋଡି ବାଇଟ୍ ଦେବେ ନାହିଁ ବୋଲି ଭୁଲ୍ ମାଗିଥିଲେ ।

Get real time updates directly on you device, subscribe now.