fbpx
BSKY
BJD SHG SKY
BJD YOUTH SKY

ଗାଡ଼ିରେ ଶସ୍ତା ପେଟ୍ରୋଲ ଭରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ଦର ବଢ଼ିବାରେ ଲାଗିଛି । ପ୍ରାୟତଃ ଅନେକ ସ୍ଥାନରେ ଏହାର ରେଟ୍ ୧୦୦ ଟଙ୍କା ଉପରେ ପହଞ୍ଚିଛି । ପ୍ରତିଦିନ ପେଟ୍ରୋଲ ରେଟ୍ ବଢ଼ୁଥିବା ବେଳେ ଲୋକମାନେ ଚିନ୍ତାରେ ପଡିଛନ୍ତି । ଏହାରି ଧ୍ୟରେ କିଛି ଏପରି ଅଫର୍ ରହିଛି, ଯାହା ଦ୍ୱାରା ଆପଣ ପେଟ୍ରୋଲ ଭରିବା ପରେ କ୍ୟାସବ୍ୟାକ୍ ପାଇପାରିବେ । ଆଜିକାଲି ପ୍ରତି ପେଟ୍ରୋଲ ପମ୍ପରେ ପେଟିଏମରେ ପେମେଣ୍ଟ କରିବାକୁ ଅପସନ୍ ରହୁଛି । ଯଦି ଆପଣ ପେଟ୍ରୋଲ ଭରିବାକୁ କାର୍ଡ ବା କ୍ୟାସର ବ୍ୟବହାର କରନ୍ତି, ତେବେ ଆପଣଙ୍କୁ କ୍ୟାସବ୍ୟାକର ଅପସନ୍ ମିଳିବ ନାହିଁ । କ୍ୟାସବ୍ୟାକ୍ ପାଇବା ପାଇଁ ଆପଣଙ୍କୁ ପେଟିଏମ ବ୍ୟବହାର କରିବାକୁ ପଡିବ । ଶସ୍ତାରେ କିପରି ଆପଣ ପେଟ୍ରୋଲ ଭରିବେ, ଆସନ୍ତୁ ଜାଣିବା…

ଯଦି ଆପଣ ପେଟ୍ରୋଲ ଭରିବା ଉପରେ କ୍ୟାସବ୍ୟାକ୍ ପାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଲିମିଟେଡ ବା ଆଇଓସିଏଲର ପେଟ୍ରୋଲ ପମ୍ପରୁ ପେଟିଏମ ମାଧ୍ୟମରେ ଭରିବାକୁ ପଡିବ । ଗ୍ରାହକଙ୍କୁ ଆଇଓସିଏଲ ପେଟ୍ରୋଲ ପମ୍ପରେ ପେଟିଏମର ବ୍ୟବହାର କରି ପେମେଣ୍ଟ କଲେ ୫% କ୍ୟାସବ୍ୟାକ୍ ମିଳିବ । ଏହି ଅଫର ଅତି କମରେ ୧୦୦ ଟଙ୍କା ପେମେଣ୍ଟ କରିବା ଉପରେ ମିଳିବ । ମାସରେ ପ୍ରତି ୟୁଜର୍ସଙ୍କୁ କେବଳ ୪ ଥର ଲାଗୁ ହେବ, ଅର୍ଥାତ୍ ମାସରେ କେବଳ ୪ ଥର କ୍ୟାସବ୍ୟାକର ଫାଇଦା ମିଳିବ ।

Get real time updates directly on you device, subscribe now.