fbpx
BJD SKY
BJD SKY

ଥାନାରେ ପହଞ୍ଚିଲା ଶ୍ରୀଜଗନ୍ନାଥଙ୍କ ଚୁଲି ଭଙ୍ଗା ମାମଲା

BJD

ପୁରୀ(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଘର ଚୁଲି ଭାଙ୍ଗିବା ମାମଲା ଏବେ ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ, ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲି ଭଙ୍ଗାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଥାନାରେ ଏତଲା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ ଦୁଇ ଗୋଷ୍ଠୀଙ୍କ ବିବାଦ ପାଇଁ ଜଗନ୍ନାଥଙ୍କ ଚୁଲି ଭାଙ୍ଗିଥିବା ସୂଚନା ମିଳିଛି । ରାତି ପ୍ରାୟ ସାଢ଼େ ୧୧ଟା କି ୧୨ଟା ପରେ ଚୁଲି ଭଙ୍ଗାଯାଇଥିବା ସୂଚନା ମିଳିଛି । ଏକାଧିକ ବ୍ୟକ୍ତି ଚୁଲି ଭାଙ୍ଗିଥିବା ଜଣାପଡିଛି । ଶାବଳରେ ଚୁଲି ଗୁଡ଼ିକ ଭଙ୍ଗାଯାଇଥିବା ସୂଚନା ମିଳିଛି । ଯୋଜନା କରି ଚୁଲି ଭଙ୍ଗାଯାଇଥିବା ଜଣାପଡିଛି । ପହଡ଼ ପୂର୍ବରୁ ଚୁଲି ଭାଙ୍ଗିବା ପାଇଁ ସେମାନେ ମନ୍ଦିର ଭିତରେ ଲୁଚି ରହିଥିଲେ । ପହଡ଼ ପଡ଼ିବା ପରେ ଜଗନ୍ନାଥ ମନ୍ଦିରରେ ପ୍ରବେଶ ମନା ହୋଇଛି । ରାତି ସାଢ଼େ ୧୧ଟାରେ ସେ ଦିନ ରୋଷଘର ନୀତି ଶେଷ ହୋଇଥିଲା । ତା’ପରେ ରୋଷଘରକୁ ଏକାଧିକ ବ୍ୟକ୍ତି ପ୍ରବେଶ କରି ଚୁଲି ଭଙ୍ଗିଥିଲେ ବୋଲି ଜଣାପଡିଛି ।

Get real time updates directly on you device, subscribe now.