fbpx
BSKY
BJD SHG SKY
BJD YOUTH SKY

ଗୁରମିତ-ଦେବିନାଙ୍କ ଘରକୁ ଆସିଲା ନୂଆ ଅତିଥି, କନ୍ୟା ସନ୍ତାନଙ୍କୁ ଜନ୍ମଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଟେଲିଭିଜନ ଜଗତର ଲୋକପ୍ରିୟ ଦମ୍ପତି ଦେବିନା ବୋନାର୍ଜୀ ଓ ଗୁରମିତ ଚୌଧରୀଙ୍କ ଘରକୁ ଏକ ନହ୍ନିପରି ଆସିଛି । ଏହି ନୂଆ ଅତିଥିକୁ ଦେବିନା ଓ ଗୁରମିତ ଖୁସିର ସହକାରେ ସ୍ୱାଗତ କରିଛନ୍ତି । ଦେବିନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଗୁଡ୍ ନ୍ୟୁଜ୍ ଦମ୍ପତି ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି ।

ତାଙ୍କ ଘରକୁ ଏକ ନହ୍ନି ପରି ଆସିଛି ବୋଲି ଦେବିନା ଏହି ସୁସମ୍ବାଦ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି । କ୍ୟାପ୍ସନରେ ଦମ୍ପତି ବେବିର ଜନ୍ମ ତାରିଖ ୦୩.୦୪.୨୦୨୨ ବୋଲି ଉଲ୍ଲେଖ କରିଛନ୍ତି । ଅର୍ଥାତ ବେବି ରବିବାର ଦିନ ଭୂମିଷ୍ଠ ହୋଇଛି । ଆଜି ଦମ୍ପତି ସୋସିଆଲ ମିଡ଼ିଆରେ ଏହି ଗୁଡ୍ ନ୍ୟୁଜ୍ ଶେୟାର କରିଛନ୍ତି । ନବଜନ୍ମିତ ଅତିଥିକୁ ଅତ୍ୟନ୍ତ ଖୁସିର ସହ ସ୍ୱାଗତ କରୁଛନ୍ତି ବୋଲି ଦମ୍ପତି ଲେଖିଛନ୍ତି । ଏହି ଅବସରରେ ନୂଆ ଅତିଥିର ପ୍ରଥମ ଝଲକର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି ।

ଏହି ଖୁସିର ମୁହୂର୍ତ୍ତରେ ଦେବିନା ଓ ଗୁରମିତଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି । ଟିଭି ଦୁନିଆର ଅନେକ ସେଲିବ୍ରେଟି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ ଫ୍ୟାନ୍ସଙ୍କ କମେଣ୍ଟରେ ଦମ୍ପତିଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଫୁଲ୍ ହୋଇଯାଇଛି । ଏଭଳି ସ୍ଥିତିରେ ଦେବିନା ଓ ନୂଆ ଅତିଥିର ଘର ଆଗମନକୁ ଗୁରମୁତ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।

Get real time updates directly on you device, subscribe now.