fbpx

ଏଣିକି ଶିକ୍ଷକଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର,୩୦ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ରାଜଧାନୀର ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବୃଦ୍ଧିପାଇବା ପରେ ପଦକ୍ଷେପ ନିଆଯାଇଛି । ସରକାରୀ, ଘରୋଇ ସ୍କୁଲର ୪୫ ବର୍ଷରୁ ଉର୍ଦ୍ଧ ଶିକ୍ଷକଙ୍କୁ ଟିକା ଦିଆଯିବ । ଶିକ୍ଷକଙ୍କୁ ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । କମିଶନର କହିଛନ୍ତି ଯେ, ବର୍ତ୍ତମାନ ୫ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଉଛି । ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଉର୍ଦ୍ଧ ଶିକ୍ଷକଙ୍କୁ ଗୁରୁତ୍ୱ ଦିଆଯାଇଛି । ଉଠା ଦୋକାନୀ, ମଲ୍, ରେଷ୍ଟୁରାଣ୍ଟ ଓ ବିଦ୍ୟୁତ୍ କର୍ମଚାରୀଙ୍କୁ ଗୁରୁତ୍ୱ ଦେଉଛୁ । ୫ଟି ବର୍ଗର ୨୦ ହଜାର ଲୋକଙ୍କ ତାଲିକା ପ୍ରସ୍ତୁତ କରିଛୁ । ମାସେରୁ ୨ ମାସ ଭିତରେ ସମସ୍ତଙ୍କୁ ଟିକାକରଣରେ ସାମିଲ କରିବା ଲକ୍ଷ୍ୟ ରହିଛି ବୋଲି ବିଏମସି କମିଶନର କହିଛନ୍ତି ।

Get real time updates directly on you device, subscribe now.