fbpx

ପର୍ଣ୍ଣହବ୍ ୱେବସାଇଟରେ ଗଣିତ ପଢ଼ାଉଛନ୍ତି ଶିକ୍ଷକ, ବର୍ଷରୁ ରୋଜଗାର ୨ କୋଟି

ନୂଆଦିଲ୍ଲୀ: ପର୍ଣ୍ଣହବ୍ ନାଁ ଶୁଣିଲେ ମୁଣ୍ଡକୁ ଗୋଟି କଥା ଆସେ ତାହା ହେଉଛି ପର୍ଣ୍ଣୋଗ୍ରାଫୀ । ହେଲେ କଣ ଆପଣ ମାନେ କେବେ ଭାବିଛନ୍ତି କି ପର୍ଣ୍ଣ ହବ୍ ଭଳି ସାଇଟ୍ ରେ ଗଣିତ ପାଠ ପଢ଼ାଯାଉଥିବ? ତେବେ ଏହିଭଳି ଜଣେ ଗଣିତ ଶିକ୍ଷକ ରହିଛନ୍ତି ଯିଏକି ପର୍ଣ୍ଣହବ୍ ସାଇଟ୍ ରେ ଗଣିତ ଶିକ୍ଷା ଦେଉଛନ୍ତି । ସେ ହେଉଛନ୍ତି ତାଇୱାନ୍ ର ଗଣିତ ଶିକ୍ଷକ ଚାଙ୍ଗଶୁ । ସେ ପର୍ଣ୍ଣହବ୍ ରେ ଗଣିତ ପାଠ ପଢ଼ାଉଛନ୍ତି ।

ଯଦି ଆପଣ ମାନେ ଭାବୁଥିବେ ଯେ, ପର୍ଣ୍ଣହବ୍ ଭଳି ସାଇଟ୍ ରେ କିଏ କାହିଁକି ଗଣିତ ପାଠ ପଢ଼ୁଥିବ ? ତେବେ ଆପଣ ମାନେ ଜାଣି ରଖନ୍ତୁ ଯେ, ତାଙ୍କ ଭିଡିଓକୁ ଲକ୍ଷ ଲକ୍ଷ ଭିୟୁସ୍ ମିଳେ । ସେ ପ୍ରତିବର୍ଷ ପ୍ରାୟ ୨ କୋଟି ଟଙ୍କା ପର୍ଣ୍ଣହବ୍ ରେ ଗଣିତ ପାଠ ପଢ଼ାଇ କମାଇଥାନ୍ତି । ସେ କୁହନ୍ତି ଯେ, ମଞ୍ଚ ଯେଭଳି ହେଉ ନା କାହିଁକି ଲୋକମାନେ ନିଜର ଗଣିତ ଶିକ୍ଷାକୁ ବଢ଼ାଇବାକୁ ଚାହୁଁଛନ୍ତି ।

ଚାଙ୍ଗଶୁ, ଯିଏକି changshumath666 ହ୍ୟାଣ୍ଡେଲରେ ଗଣିତ ପଢ଼ାନ୍ତି । ତାଙ୍କର ପର୍ଣ୍ଣହବ୍ ରେ ଏକ ଭେରିଫାୟାଡ୍ ଆକାଉଣ୍ଟ ରହିଛି । ତେବେ ସେ କେବଳ ପର୍ଣ୍ଣହବ୍ ନୁହେଁ ବରଂ ସେ XVideos ସହିତ ଅନ୍ୟ ପର୍ଣ୍ଣ ସାଇଟ୍ ରେ ବି ଗଣିତ ପଢ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କୁ ଭଲ ପ୍ରତିକ୍ରିୟା ମିଳିନଥିଲା ।

Get real time updates directly on you device, subscribe now.