fbpx

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆା ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ  

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଜାତୀୟ ପୁରୁଷ ଦଳର ଚୟନକର୍ତ୍ତା ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ନିୟମିତ ଅଧିନାୟକ ରୋହିତ ଶର୍ମା ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହ ଉଭୟ ସିରିଜ୍ରେ ଦଳର ନେତୃତ୍ଵ ନେବେ। ଲୋକେଶ ରାହୁଲ ନିଜର ଉପ ଅଧିନାୟକ ପଦରେ ରହିବେ। ପୂର୍ବତନ ଅଧିନାୟକ ବିରାଟ କୋହଲି ଉଭୟ ସିରିଜ୍ ଖେଳିବେ। ଦୀର୍ଘ ବ୍ୟବଧାନ ପରେ ସ୍ପିନର କୁଲଦୀପ ଯାଦବଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଆଇପିଏଲରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ରବି ବିଶ୍ନୋଇଙ୍କୁ ପ୍ରଥମ ଥର ଜାତୀୟ ଦଳରେ ସାମିଲ୍ କରାଯାଇଛି।

ବରୋଦାର ବିସ୍ଫୋରକ ବ୍ୟାଟସମ୍ୟାନ ଦୀପକ ହୁଡ୍ଡାଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ଅନୁଭବୀ ବୋଲର ଯଶପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ ସିରିଜ୍ରୁ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଆହତଜନିତ ସମସ୍ୟା କାରଣରୁ ଦଳରେ ସାମିଲ୍ କରାଯାଇ ନାହିଁ। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଉଭୟ ସିରିଜ୍ରୁ ବାଦ୍ ଦିଆଯାଇଥିବା ବେଳେ ଭୁବନେଶ୍ଵର କୁମାରଙ୍କୁ କେବଳ ଟି-୨୦ ଦଳରେ ସାମିଲ୍ କରାଯାଇଛି।

ଦିନିକିଆ ସିରିଜ୍

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶିଖର ଧାଓ୍ଵନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ।

ଟି-୨୦ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଭଷ ପନ୍ତ(ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ଅକ୍ଷର ପଟେଲ୍, ୟୁଜବେନ୍ଦ୍ର ଚହଲ, ଓ୍ଵାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ଅଭେଶ ଖାନ, ହର୍ଷଲ ପଟେଲ୍।

Get real time updates directly on you device, subscribe now.