fbpx

ଅବସର ନେଲେ ବିରାଟ: ଉପସ୍ଥିତ ରହିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅବସର ନେଲେ ବିରାଟ । ତେବେ ଏଠାରେ ଆମେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ କଥା ହେଉ ନାହୁଁ । ଆମେ ଆଲୋଚନା କରୁଛୁ ଭାରତୀୟ ସେନାର ଘୋଡା ବିରାଟ ସମ୍ପର୍କରେ । ୭୩ ତମ ସାଧାରଣତନ୍ତ୍ର ଦିବସରେ ଅବସର ନେଇଛି ବିରାଟ । ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ କଲୋନେଲ ଅନୁପ ତିୱାରୀ ଏହି ଘୋଡା ଚଳାଇଥାନ୍ତି ।

ବିଗତ ୧୩ ବର୍ଷ ଧରି ବିରାଟ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରି ÷ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିରାଟର ପିଠି ଥାପୁଡେଇଥିଲେ । ଏହା ପୂର୍ବରୁ ଆର୍ମି ଡେ ଅବସରରେ ବିରାଟକୁ ଚିଫ୍ ଅଫ୍ ଆର୍ମି ଷ୍ଟାଫ ଘୋଷଣା କରାଯାଇଥିଲା । ଏହା ପୂର୍ବରୁ କୌଣସି ବି ଘୋଡା ଏହି ମାଇଲ ଖୁଣ୍ଟ ହାସଲ କରିନଥିଲେ ।

Get real time updates directly on you device, subscribe now.